ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଥାନା ଅନ୍ତର୍ଗତ ପଦାକସଡ଼ା ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ପିଟିପିଟି ଅତି ନିର୍ମମଭାବେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଗ୍ରାମର ଜାନକୀ ମୁଣ୍ଡା (୬୦)।

ପ୍ରାପ୍ତ ସୂଚନା ଅନୁସାରେ, କିଛିଦିନ ତଳେ ଗ୍ରାମର ଜଣେ ନାବାଳକ ଜାନକୀଙ୍କୁ ଝୁଲୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଡାହାଣୀ ଲାଗିଥିବ ବୋଲି ନାବାଳକ ଜଣଙ୍କ ସନ୍ଦେହ କରିଥିଲେ। ରବିବାର ସନ୍ଧ୍ୟାରେ ନାବାଳକ ଓ ତାଙ୍କର କିଛି ସାଥୀ ବୃଦ୍ଧା ଜାନକୀଙ୍କୁ ଗୋଡ଼ାଇଥିଲେ। ସେ ଜୀବନ ବଞ୍ଚାଇବା ପାଇଁ ନିଜ ଘରେ ପଶିଯାଇଥିଲେ। ନାବାଳକ ମଧ୍ୟ ତାଙ୍କ ଘରେ ପଶି ଯାଇଥିଲା। ନାବାଳକ ଜଣକ ଘର ଭିତରୁ କବାଟ ବନ୍ଦ ଏକ ଲୁହାରଡରେ ଜାନକୀଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଦୀର୍ଘ ତିନିଦିନ ଧରି ରକ୍ତାକ୍ତ ଅବସ୍ଥାରେ ବୃଦ୍ଧା ଜଣକ ଘରେ ପଡ଼ି ରହିବା ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଆଜି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରିବା ସହ ହତ୍ୟାରେ ବୃବହୃତ ଲୁହାରଡ୍‌କୁ ଜବତ କରିଛି। ଏହି ହତ୍ୟାକାଣ୍ଡରେ ଆହୁରି ଏକାଧିକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି।

The post ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ନାବାଳକ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/2YcIznC