ଦଶରଥପୁର : ଦଶରଥପୁର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ଗତ ୨୬ ତାରିଖ ଦିନ ଦତ୍ତପୁର ପଞ୍ଚାୟତ ନରଣପୁର ଠାରେ ଏକ ବଡ଼ କୁମ୍ଭୀର ନଦୀ ପଠାରୁ ଗୋଟିଏ ଘୁଷୁରିକୁ ଟାଣି ନେଇଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ଆଜି ପୂର୍ବାହ୍ଣ ୧୧ଟାରେ କୟାଁ ପଞ୍ଚାୟତ ଇଚ୍ଛାପୁର ଗ୍ରାମଦେଇ ପ୍ରବାହିତ ବୈତରଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ମଇଁଷି ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଇଚ୍ଛାପୁର ଗ୍ରାମର ଶତ୍ରୁଘ୍ନ ଦାସ, ଜୟିରାମ ସାହାଣି, ଚଗୁଲୁ ଦାସ, ଧୁଣ୍ଡିଆ ସାହାଣି ଓ ତୁଣ୍ଡୁରି ସାହାଣି ପ୍ରମୁଖ ପାଞ୍ଚୋଟି ପରିବାର କିଛି ମଇଁଷି ରଖି ପରିବାର ପ୍ରତିପୋଷଣ କରିଥାଆନ୍ତି । ଆଜି କୁମ୍ଭୀର ଆକ୍ରମଣରେ ମଇଁଷିଟିର ମୃତ୍ୟୁ ଯୋଗୁଁ ସେମାନେ ଆର୍ଥିକ କ୍ଷତିରେ ପଡିଛନ୍ତି ।

The post ବୈତରଣୀରେ ମଇଁଷିକୁ ଟାଣି ନେଲା କୁମ୍ଭୀର first appeared on Sambad.

from ଜିଲ୍ଲା | Sambad https://ift.tt/3ig0qkY