
ବାରିପଦା: କେନ୍ଦ୍ରମନ୍ତ୍ରୀ ହେବା ପରେ ଆଜି ସନ୍ଧ୍ୟାରେ ବାରିପଦାରେ ପହଞ୍ଚିଛନ୍ତି କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଏହି ଅବସରରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ନିକଟରୁ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ କରାଯାଇଥିଲା। କଳମାରୁ ବାରିପଦା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଶ୍ବେଶ୍ବରଙ୍କୁ ସ୍ବାଗତ କରିଥିଲେ।

ଏହି ଅବସରରେ ବାରିପଦାର ପାଲବଣୀ ଛକ ନିକଟରୁ ହଜାର ହଜାର କର୍ମୀ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସ୍ବାଗତ କରି ସହର ପରିକ୍ରମା କରିଥିଲେ। ମନ୍ତ୍ରୀ ହେବା ପରେ ବିଶ୍ବେଶ୍ବରଙ୍କର ଏହା ସଂସଦୀୟ କ୍ଷେତ୍ରକୁ ପ୍ରଥମ ଗସ୍ତ। ସହର ପରିକ୍ରମା ପରେ ନବନିର୍ମିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶ୍ରୀ ଟୁଡୁଙ୍କ ନିମନ୍ତେ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ନ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସହର ପରିକ୍ରମା କରିବା ସହ ଜନଆଶୀର୍ବାଦ ଗ୍ରହଣ କରିଛନ୍ତି ଶ୍ରୀ ଟୁଡୁ। ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍ଙ୍କ ସମେତ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, କୃଷ୍ଣଚନ୍ଦ୍ର ମହାପାତ୍ର, ଜୀବନ ସାହୁ, ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁଙ୍କ ସମେତ ବହୁ ବରିଷ୍ଠ, ଯୁବ, ମହିଳା ନେତା ଉପସ୍ଥିତ ଥିଲେ।
The post ବାରିପଦାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର, ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କଲେ first appeared on Sambad.
from ଜିଲ୍ଲା | Sambad https://ift.tt/38OyHmc
0 Comments