ରାଉରକେଲା : ବେଦବ୍ୟାସ ଛକସ୍ଥିତ ସୀତା ସୁନା ଦୋକାନରୁ ଚୋରି । ଚୋରମାନେ ଦୋକାନ ଆଜବେଷ୍ଟସ କଣା କରି ଭିତରକୁ ପଶିବା ସହ ସୁନାଗହଣା ଚୋରି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଦୁର୍ବୃତ୍ତମାନେ ଆଜବେଷ୍ଟସ କଣା କରି ଭିତରକୁ ପଶିବା ପରେ ୫ଲକ୍ଷ ଟଙ୍କାର ସୁନା ଓ ଚାନ୍ଦି ଗହଣା ଲୁଟି ନେଇଛନ୍ତି। ମାଲିକ ରୋହିତ ସାହୁଙ୍କ ଲିଖିତ ଏତଲା ଆଧାରରେ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାର ତଦନ୍ତ ଚଳାଇଛି। ରୋହିତଙ୍କ କହିବାନୁଯାୟୀ ବିଳମ୍ବିତ ରାତିରେ ଚୋରମାନେ ପଶି ଏମିତି କାଣ୍ଡ ଭିଆଇଛନ୍ତି। ବେଦବ୍ୟାସ ମାର୍କେଟରେ ବାରମ୍ବାର ଏମିତି ଚୋରି ହେଉଛି। ରାତ୍ରୀକାଳୀନ ପାଟ୍ରୋଲିଙ୍ଗ ଠିକ ଭାବେ ହେଉ ନଥିବାରୁ ଚୋରମାନେ ଏହାର ଫାଇଦା ଉଠାଉଛନ୍ତି।

The post ସୁନା ଦୋକାନରୁ ଚୋରି, ଆଜବେଷ୍ଟସ କଣା କରି ୫ଲକ୍ଷ ଟଙ୍କାର ସୁନା ଓ ଚାନ୍ଦି ଲୁଟିନେଲେ ଦୁର୍ବୃତ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3lMzmup