ଦାନଗଦୀ : ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଥିବା ଜିନ୍ଦଲ ଷ୍ଟେନଲେସ କାରଖାନା ପକ୍ଷରୁ ଗତମାସ ୩୦ ତାରିଖରେ କଟକ ରେଳ ଷ୍ଟେସନ ଠାରେ ଏକ ସ୍ବୟଂଚାଳିତ ଟିକେଟ୍‌ ଏବଂ ପ୍ରବେଶ ପରିଚାଳନା ବ୍ୟବସ୍ଥା ଯନ୍ତ୍ର ସ୍ଥାପନ କରାଯାଇଛି। ଏହି ଯନ୍ତ୍ର ଷ୍ଟେସନ ମଧ୍ୟକୁ ପ୍ରବେଶ କରୁଥିବା ଲୋକମାନଙ୍କର ଥର୍ମାଲ ସ୍କାନିଂ, ମାସ୍କ ଯାଞ୍ଚ ଓ ସ୍ବୟଂଚାଳିତ ଟିକେଟ୍‌ ଯାଞ୍ଚପାଇଁ କାର୍ଯ୍ୟକ୍ଷମ ହେବ।

ଏହି ଯନ୍ତ୍ରର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତଟ ରେଳପଥର ଷ୍ଟେସନ ମ୍ୟାନେଜର ଏସ. ମୁଖାର୍ଜୀ, ଅନ୍ୟତମ ଅତିଥି ଭାବେ ପୂର୍ବତଟ ରେଳପଥର ମୁଖ୍ୟ ବାଣିଜ୍ୟିକ ନିରୀକ୍ଷକ ଡି. କର, ମୁଖ୍ୟ ଟିକେଟ ନିରୀକ୍ଷକ ଏଲ.ଏନ. ଦାସ ଓ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ପକ୍ଷରୁ ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ନୀଳମାଧବ ରଥ, କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଶ୍ରୀକୁମାର ତୀର୍ଥଦେବ ଯୋଗଦେଇଥିଲେ। ଜିନ୍ଦଲ କାରଖାନା ଏହାର ପାର୍ଶ୍ବବର୍ତ୍ତୀ ଗ୍ରାମ ତଥା ଯାଜପୁର ଜିଲ୍ଲା ଓ ରାଜ୍ୟର ବିକାଶରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଅଧିକାରୀମାନେ ସୂଚନା ଦେଇଥିଲେ।

The post କଟକ ରେଳଷ୍ଟେସନରେ ଜିନ୍ଦଲ ପକ୍ଷରୁ ସ୍ବୟଂଚାଳିତ ଟିକେଟ୍‌ ଓ ପ୍ରବେଶ ପରିଚାଳନା ଯନ୍ତ୍ର ସ୍ଥାପିତ first appeared on Sambad.

from ଜିଲ୍ଲା | Sambad https://ift.tt/3kKYlxJ