
ବୀରମହାରାଜପୁର : ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବୀରମହାରାଜପୁର ବ୍ଲକ୍ ଅମରପାଲି ଭୁତିଆପାଲି ପାଖରେ ଥିବା ଘୁଙ୍ଗିନାଳ ପୋଲ ଉପରେ ପାଞ୍ଚ ଫୁଟ୍ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏହାସହିତ ଖଣ୍ଡହଥା ଅଡାଲ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତା ବନ୍ଦ ରହିଛି।
ସେହିପରି ସୁବଳୟା ସୁରୁବାଲି ଯୋର ଭିତରେ ଥିବା ପାଣିଟାଙ୍କି ଭାଙ୍ଗି ଯାଇଥିବାରୁ ସୁବଳୟାକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଅନ୍ୟପଟରେ ବର୍ଷା ଯୋଗୁଁ ହରିହର ଯୋରରେ ପାଣି ଆସିବାରୁ ଚମ୍ପାମଳ ପଞ୍ଚାୟତ କୃଷ୍ଣପାଲି ତଳି ଅଞ୍ଚଳକୁ ବନ୍ୟା ପାଣି ପଶିଲାଣି। ରାତିରେ ଅଧିକ ବର୍ଷା ହେଲେ କିଂବା ହରିହର ଯୋରରେ ଜଳସେଚନ ପ୍ରକଳ୍ପରୁ ବନ୍ୟା ଜଳ ଛଡ଼ାଗଲେ ସ୍ଥିତି ଖରାପ ହୋଇପାରେ ବୋଲି ଆଲୋଚନା ହେଉଛି। ବର୍ଷା ଯୋଗୁଁ ବୀରମହାରାଜପୁର ଟ୍ରେଜେରି, ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ପାଣିଘେରରେ ରହିଛି। ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମରେ ଅନେକ ଘର ପାଣି ଘେରରେ ରହିଛି।
The post ଲଘୁଚାପଜନିତ ଲଗାଣ ବର୍ଷା, ଘୁଙ୍ଗି ନାଳ ପୋଲ ଉପରେ ପାଞ୍ଚ ଫୁଟ୍ ବନ୍ୟା ଜଳ first appeared on Sambad.from ଜିଲ୍ଲା | Sambad https://ift.tt/3lop0k6
0 Comments