ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି | ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆସିଲା ନୂଆ ଏସ୍ଓପି | କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ଦର୍ଶନ ଉପରେ ଲାଗିଥିବା କଟକଣାକୁ କୋହଳ କଲା ମନ୍ଦିର ପ୍ରଶାସନ | ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏବେ ଏହାର ଅବଧିକୁ ବଢାଇଦିଆଯାଇଛି | ଏବେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ  ଓ ଶ୍ରଦ୍ଧାଳୁ।

ଏହା ସହ ପୂର୍ବରୁ ସପ୍ତାହକୁ କେବଳ ୫ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ଏବେ ୬ଦିନ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ | ସପ୍ତାହାନ୍ତ ସଟଡାଉନ ହଟିବା ପରେ ଏବେ ଶନିବାର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନକୁ ଅନୁମତି ଦେଇଛି ମନ୍ଦିର ପ୍ରଶାସନ | ଏବେ ସୋମବାରରୁ ଶନିବାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ରବିବାର ମନ୍ଦିର ବନ୍ଦ ରହିବ |

TripSavvy

 

ପୂର୍ବ ଏସ୍‌ଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଥିଲା। ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

The post ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି: ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା, ଶନିବାର ଖୋଲା ରହିବ ଶ୍ରୀମନ୍ଦିର first appeared on Sambad.

from ଜିଲ୍ଲା | Sambad https://ift.tt/3DSPzGR