ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ନେଇ ଆଜି ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ଶାଖାର କର୍ମକର୍ତାଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଜିଲ୍ଲାର ଶିକ୍ଷକଙ୍କ ସମସ୍ୟା ସମାଧାନ ଦିଗରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମୟୋଚିତ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ମିଳିଥିବା ସଂଘ ପକ୍ଷରୁ କୁହାଯାଇଛି ।

ଆଜି ଆଲୋଚନା ବେଳେ ଚୁକ୍ତିଭତ୍ତିକ ଶିକ୍ଷକଙ୍କ ସମସ୍ତ ବକେୟା ପ୍ରଦାନ, ସଂସ୍କୃତ ଶିକ୍ଷକଙ୍କ ବକେୟା ପ୍ରଦାନ, ହିନ୍ଦୀ ଶିକ୍ଷକଙ୍କ ଉଚ୍ଚ ବେତନ ଅନୁମୋଦନ, ନୂତନ ପରୀକ୍ଷାର ମୂଲ୍ୟାଙ୍କନ ପଦ୍ଧତି, ଖାଲିପଦବୀ ପୂରଣ ଆଦି ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା ।

ଆଲୋଚନାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ସ୍ନିଗ୍ଧା ମିଶ୍ର, ଅମ୍ରିତା ପ୍ରୀତିନନ୍ଦା, କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରବୀନ୍ଦ୍ର ବାରିକ, ଓଷ୍ଟାର ଜିଲ୍ଳଶ ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ସୁଧାକର ମହାପାତ୍ର, ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ ଦାଶ, ସମ୍ପାଦକ ମଧୁସୂଦନ ଦେ, ସହ ସମ୍ପାଦକ ରମାକାନ୍ତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର, ଉପେନ୍ଦ୍ର ଦାଶ, ଖୋର୍ଦ୍ଧା ବ୍ଲକ ସଭାପତି ଦିବାକର ପଟ୍ଟନାୟକଙ୍କ ସମେତ ୧୦ଟି ବ୍ଲକର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।

The post ଶିକ୍ଷକ ସଂଘ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମଧ୍ୟରେ ଆଲୋଚନା first appeared on Sambad.

from ଜିଲ୍ଲା | Sambad https://ift.tt/3nSEaRE