
ପଡିଆ : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ରେ ଆଜି ୪ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଅନ୍ୟ ୩ ଜଣ ଶିଶୁ । ସାପ କାମୁଡ଼ାରେ ଦୁଇ ଜଣ ଏବଂ ପାଣିରେ ବୁଡ଼ି ଅନ୍ୟ ଦୁଇ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ପୁଲିସ ଚାରିଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଟେରୁ ଗ୍ରାମର ଇର୍ମା ମାଡକାମୀଙ୍କ ପତ୍ନୀ ଭୀମେ ଓ ପୁତୁରା ଆକାଶ କୁରାମୀ ଚାଷ ଜମି ଜଗିଥିବା ବେଳେ ସେମାନଙ୍କୁ ବିଷଧର ସାପ କାମୁଡ଼ି ଥିଲା। ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଛି। ସେହିପରି ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିଙ୍କ ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡ଼ୋଶୀ ଘରର ଆୟୁଷ କବାସୀ ପୋଖରୀ ନିକଟରେ ଖେଳୁଥିବା ବେଳେ ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି। ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଗୋଟିଏ ଦିନରେ ସ୍ଥାନୀୟ ଅଞ୍ଚଳରେ ୪ ଜଣଙ୍କ ଅକାଳ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି।
The post ଅକାଳରେ ଗଲା ୪ ଜୀବନ, ୨ ଜଣ ସାପ କାମୁଡ଼ାରେ ଓ ୨ ଜଣ ବୁଡ଼ିଯାଇ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3t7CDry
0 Comments