ଅନୁଗୁଳ : ଅନୁଗୁଳର ଜଣାଶୁଣା ବ୍ୟବସାୟୀ କ୍ଷୀରୋଦ ପଟ୍ଟନାୟକଙ୍କ ଘରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜିଏସ୍‌ଟିର ଏକ ଟିମ୍ ଆଜି ଅପରାହ୍ଣରେ ତାଙ୍କ ହେମସୁରପଡ଼ାସ୍ଥିତ ବାସଭବନ ସମେତ କାଣ୍ଡସରରେ ଥିବା ତାଙ୍କର ଗାଡ଼ି ସୋ ରୁମ୍ ଉପରେ ଚଢଉ କରିଥିଲେ। ଏହି ୬ ଜଣିଆ ଟିମ୍ ଦିନ ସାରା ବିଭିନ୍ନ କାଗଜପତ୍ର ତନାଘନା କରିଥିଲେ। ସେହିପରି ଗାଡି ସୋ ରୁମ୍‌ର ନେଣଦେଣ ଯାଞ୍ଚ କରିଥିବା ଜଣାପଡ଼ିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚଢଉ ଜାରି ରହିଥିଲା। ତେବେ ଏଥିରୁ କଣ ମିଳିଛି ତାହା କିଛି ସ୍ପଷ୍ଟ ହୋଇପାରିନାହିଁ। ଜିଏସଟି ଫାଙ୍କି ନେଇ ଅଭିଯୋଗ ଆଧାରରେ ଚଢଉ ହୋଇଥିବା ଅନୁମାନ କରାଯାଉଛି। ତେବେ ଜିଏସଟି ଅଧିକାରୀମାନେ ଏଥିନେଇ ମୁହଁ ଖୋଲି ନାହାନ୍ତି। ବହୁ ସମୟ ଧରି ଚଢଉ ଚାଲିଥିବାରୁ ବ୍ୟବସାୟିକ ନେଣଦେଣ ସହ ବିଭିନ୍ନ ଟଙ୍କା କାରବାର ନେଇ ଖୋଳତାଡ କରୁଥିବା କୁହାଯାଉଛି।

The post ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ଉ first appeared on Sambad.

from ଜିଲ୍ଲା | Sambad https://ift.tt/3jCkO0u