ବାଲିଆପାଳ : ବାଲିଆପାଳ ଥାନା ନୂଆଗାଁ ହାଟରେ ବହୁଦିନ ଧରି ଚାଲିଆସୁଥିବା ଜୁଆ ଆଡ୍ଡାରେ ଚଢ଼ଉ କରି ୨ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ନୂଆଗାଁ ସାପ୍ତାହିକ ହାଟରେ ବହୁଦିନ ଧରି ଜୁଆ ଖେଳ ହୋଇ ଆସୁଥିଲା। ଜୁଆରେ ବିଶେଷକରି ଯୁବକମାନେ ସର୍ବାସ୍ବାନ୍ତ ହେଉଥିଲେ।ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଚୋରି ଓ ରାହଜାନୀ ମଧ୍ୟ ବୃଦ୍ଧି ପାଉଥିଲା। ଜୁଆ ଆଡ୍ଡା ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାରା ଦାବି ହୋଇଆସୁଥିଲେ ବି ପୁଲିସ ହାତବାନ୍ଧି ବସିଥିଲା।

ତେବେ ବାଲିଆପାଳ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ପର୍ଶୁରାମ ସାହୁଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଆଜି ଅତର୍କିତ ଭାବେ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ କାଳସିମୁଳି ଗ୍ରାମର ନିତ୍ୟା ପାତ୍ର, ଯମୁନାଶୂଳ ଗ୍ରାମର ସଞ୍ଜୟ ଜେନାଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଖସିଯାଇଥିଲେ। ଏମାନଙ୍କଠାରୁ ନଗଦ ଟଙ୍କା ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏନେଇ ବାଲିଆପାଳ ଥାନାରେ ୧୪୯/୨୧ରେ ଏକ ମାମଲା ରୁଜୁ କରାଯିବା ସହ ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି। ତେବେ ମାନ୍ଧାତା ହାଟ, ଲଙ୍ଗଳେଶ୍ବର, ପାରୁଳିଆ ହାଟ, ବଢ଼ାପାଳ, କଚୁଆପଡ଼ା ଆଦି ସ୍ଥାନରେ ନିୟମିତ ଜୁଆଖେଳ ଚାଲିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

The post ଜୁଆ ଆଡ୍ଡାରେ ଚଢ଼ଉ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3zNRidM