ନୟାଗଡ଼ : ନୟାଗଡ଼ ସହରସ୍ଥିତ ଆଦିତ୍ୟ ହସ୍ପିଟାଲ ଆଣ୍ଡ୍‌ କ୍ଲିନିକ୍‌ (ଆନନ୍ଦ ଭବନ)ରେ ବେଆଇନ ଭ୍ରୂଣ ହତ୍ୟା ଘଟଣା ସାମ୍ନାକୁ ଆସିବାପରେ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଘଟଣାରେ ଗତକାଲି ଟାଉନ ଥାନା ପୁଲିସ ହସ୍ପିଟାଲ ମାଲିକ ସତ୍ୟପ୍ରିୟ ସ୍ବାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଆଜି ହସ୍ପିଟାଲରେ ପୁଲିସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ୍‌ ପହଞ୍ଚି ଟିକିନିଖି ଯାଞ୍ଚ କରିଛନ୍ତି।

ଗତ ସୋମବାର ଦିନ ହତ୍ୟା କରାଯାଇଥିବା ଭ୍ରୂଣର କିଛି ଅଂଶ ଜବତ କରିଛନ୍ତି। ବାହାଡ଼ାଝୋ‌ଲା ଅଞ୍ଚଳର ଗ‌ଣେଶ ପ୍ରଧାନଙ୍କ ପତ୍ନୀଙ୍କ ୪ ମାସର ଭ୍ରୂଣକୁ ଏଠାରେ ନଷ୍ଟ କରାଯାଇଥିଲା। ହତ୍ୟା ପରେ ଏହି ଭ୍ରୂଣକୁ ପାଇଖାନାରେ ଫିଙ୍ଗି ଦିଆଯାଇଥିଲା। ଡାକ୍ତର, ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ହସ୍ପିଟାଲ୍‌ର ପାଇଖାନା ଟାଙ୍କି ତଡ଼ାଯାଇ ଏହି ଭ୍ରୂଣ ଉଦ୍ଧାର କରିଛନ୍ତି। ଆବର୍ଜନା ମଧ୍ୟରୁ ଭ୍ରୂଣ ଅଂଶକୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।

ଅତୀତରେ କନ୍ୟା ଭ୍ରୂଣ ହତ୍ୟା ନେଇ ବଦ୍‌ନାମ୍‌ ମୁଣ୍ଡାଇ ଥିବା ନୟାଗଡ଼, ପୁଣି ଭ୍ରୂଣହତ୍ୟା ନେଇ ଚର୍ଚ୍ଚାକୁ ଆସିଛି।

The post ଆଦିତ୍ୟ ହସ୍ପିଟାଲ୍‌ର ଅନ୍ଧାରୀ କାରବାର: ପାଇଖାନା ତାଡ଼ି ଜବତ କରାଗଲା ଭ୍ରୂଣ first appeared on Sambad.

from ଜିଲ୍ଲା | Sambad https://ift.tt/3yNzOxb