
ନୂଆପଡ଼ା : ସିନପାଲି ବ୍ଲକ୍ ରାଣୀମୁଣ୍ଡା ପଞ୍ଚାୟତ ମହେଶ୍ବର ଗ୍ରାମ ମାଝିପଡ଼ାରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ କିଛି ଆଶାୟୀ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହାପରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତ ନକରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ମାଝିପଡ଼ାରେ ଜଣେ ମହିଳାଙ୍କୁ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ୍ ରାଣୀମୁଣ୍ଡା ମାଝିପଡ଼ା ୱାର୍ଡ ନଂ ୭ରେ ନୂତନ ଭାବେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଁ ଆବେଦେନ କରାଯାଇଥିଲା। ମହେଶ୍ବର ଗ୍ରାମର ଚୂଡ଼ାମଣି ମାଝୀ, ଯମୁନା ମାଝୀ, ପ୍ରେମଶୀଳା ମାଝୀ ଓ ନେପୁର ନିଆଲ ଅନ୍ଲାଇନ୍ରେ ଆବେଦନ କରିଥିଲେ। ଅଯୋଗ୍ୟ ଆଶାୟୀ ହୋଇଥିବାରୁ ନେପୁର ନିଆଲଙ୍କୁ ବାଦ୍ ଦିଆଯାଇଥିଲା। ଅନ୍ୟ ୩ଜଣ ଆଶାୟୀଙ୍କ ମଧ୍ୟରୁ ଚୂଡ଼ାମଣି ମାଝୀ ଆଗରେ ରହିଥିଲେ। କିନ୍ତୁ ପଞ୍ଚାୟତର କିଛି ଲୋକ ଚୂଡ଼ାମଣି ରାଣୀମୁଣ୍ଡା ପଞ୍ଚାୟତ ମହେଶ୍ବର ଗ୍ରାମର ବାସିନ୍ଦା ନୁହନ୍ତି ବୋଲି ଅଭିଯୋଗ କରିଥିଲେ। ଚଞ୍ଚକତା କରି କିଛି ରାଜନେତା ବିଭାଗୀୟ ଅଧିକାରୀଙ୍କୁ ହାତ କରି ଚୂଡ଼ାମଣିଙ୍କୁ ଅଯୋଗ୍ୟ କରିଥିଲେ। ଏନେଇ ଚୂଡ଼ାମଣି ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।
କୋର୍ଟ ନିଯୁକ୍ତି ଉପରେ ରହିତାଦେଶ ଦେଇଥିଲେ ମଧ୍ୟ ପ୍ରଶାସନ ଯମୁନାଙ୍କୁ ମାଝିପଡ଼ା ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ଦେଇଥିଲା। ଏନେଇ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ପଚାରିବାରୁ, ନିଯୁକ୍ତି ଦିଆଯିବା ସମୟରେ ହାଇକୋର୍ଟଙ୍କ ଅର୍ଡର ଆମ ପାଖରେ ପହଞ୍ଚି ନଥିଲା, ବର୍ତମାନ ଅର୍ଡର ପହଞ୍ଚିଛି, ଉକ୍ତ ନିଯୁକ୍ତିକୁ ରଦ୍ଦ କରାଯାଇ କୋର୍ଟଙ୍କୁ ସମସ୍ତ ବିଷୟରେ ଅବଗତ କରାଯିବ ବୋଲି ସେ କହିଥିଲେ।
The post ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/39vGzJJ
0 Comments