ପାଣିକୋଇଲି: ପାଣିକୋଇଲି ଥାନା ଅଞ୍ଚଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ଏଯାଏ ସକ୍ଷମ ହୋଇନାହିଁ। ଆଜି ପୂର୍ବାହ୍ନରେ ଘଟଣାସ୍ଥଳ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ ନିର୍ମାଣାଧୀନ ପୋଲ ପାଖକୁ ଯାଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ଅନୁଧ୍ୟାନ କରିଛନ୍ତି। ପରେପରେ ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ତଦନ୍ତ କରିଛି। ଏସପିଙ୍କ ନିଦେର୍ଶରେ ଏକ ଟିମ୍‌ ଗଠନ କରାଯାଇ ଏହାର ଅନୁସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ଏସପି ରାହୁଲ ପିଆରଙ୍କ ସମେତ ଏସଡିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ସୁଶୀଲ କୁମାର ନାୟକ ପହଞ୍ଚି ଅନୁଧ୍ୟାନ କରିଥିଲେ। ମଧ୍ୟାହ୍ନରେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍‌ ଯାଇ ସନ୍ଧାନୀ କୁକୁର ସହାୟତାରେ ତନ୍ନତନ୍ନ ଯାଞ୍ଚ କରିଛି। କୁକୁର ସେଠାରୁ କିଛି ଦୂରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ନିକଟକୁ ଯାଇଥିଲା। ସେଠାରେ ଅନାବନା ଘାସ ଭିତରୁ ଖାଲି ମଦ ବୋତଲ, ପାଣି ବୋତଲ ଓ ଗ୍ଲାସ ଠାବ କରିଥିଲା।

The post ନିର୍ମାଣାଧୀନ ପୋଲ ଉପରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ଘଟଣାସ୍ଥଳରେ ଏସ୍‌ପି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3BJdTJi