ଶିକ୍ଷକ ନିଯୁକ୍ତି ଦାବି, ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ

କଲମପୁର : କଲମପୁର ବ୍ଲକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ୧୫ ଦିନ ମଧ୍ୟରେ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ +୨ କଲେଜ ଖୋଲିଥିବାରୁ ଅଞ୍ଚଳବାସୀ ଉତ୍ସାହିତ ହୋଇଥିଲେ। ଦଶମ ପରୀକ୍ଷା ଫଳାଫଳ ବାହାରିବା ପରେ ବିଳମ୍ବରେ +୨ କଲେଜ ଖୋଲିବା ଖବର ମିଳିଥିଲା। ଏହାପରେ ସେହି ସ୍କୁଲ୍‌ର ୩୭ଜଣ ନାମ ଲେଖାଇଛନ୍ତି। ସ୍କୁଲ୍‌ ନାମଲେଖା ଶେଷ ହେବାପରେ ଜଣେ ପିଜିଟି ଶିକ୍ଷକ ନିଯୁକ୍ତି ଖବର ଶୁଣି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ଜଣ ଶିକ୍ଷକଙ୍କ ସ୍ଥାନରେ ଜଣେ ଶିକ୍ଷକ ନିଯୁକ୍ତିକୁ ନେଇ ସାଧାରଣରେ ସମାଲୋଚନା କରାଯାଇଛି। ଏପର୍ଯ୍ୟନ୍ତ ଜଣେ ବି ମହିଳା ଶିକ୍ଷୟିତ୍ରୀ କିମ୍ବା ମହିଳା କର୍ମଚାରୀ ନିୟୋଜିତ କରାଯାଇ ନାହିଁ। ସ୍କୁଲ୍‌ରେ ଛାତ୍ରାବାସ କାର୍ଯ୍ୟ ଶେଷ ହୋଇନାହିଁ। ଏଭଳି ଅନେକ ଅବ୍ୟବସ୍ଥାର ସମାଧାନ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ବାକ୍ଷ ରଣାଙ୍କୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

ଏନେଇ ଶ୍ରୀ ରଣା ଫୋନ୍‌ରେ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ଅଭିଭାବମାନଙ୍କ ଦାବି ଜଣାଇଥିଲେ। ନିକଟରେ ଥିବା ଅନ୍ୟ ସ୍କୁଲ୍‌ର ଶିକ୍ଷକଙ୍କୁ ଡେପୁଟେସନ୍‌ରେ ଦିଆଯିବ। ପ୍ରତ୍ୟେକ ବିଷୟ ଉପରେ ଅନ୍‌ଲାଇନ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଶିକ୍ଷା ପାଇବେ ବୋଲି ଉପରିସ୍ଥ ଅଧିକାରୀଙ୍କ ପ୍ରତିଶ୍ରୁତିକୁ ଶ୍ରୀ ରଣା ଅଭିଭାବକଙ୍କୁ ଅବଗତ କରାଇଥିଲେ। ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନୁହୁଏ, ଛାତ୍ରଛାତ୍ରୀ ଓ ଅଭିଭାବକମାନ ସ୍କୁଲ୍‌ରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

The post ଶିକ୍ଷକ ନିଯୁକ୍ତି ଦାବି, ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/3BlV9jd

Post a Comment

0 Comments