ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଟାନୁୱାଟ୍‌ରେ ନୂତନ ଶବର ସମାଜ ଘର ଉଦ୍‌ଘାଟନ ହେବା ସହ ନୂଆପଡ଼ା ଉପଖଣ୍ଡସ୍ତରୀୟ ବିଶାଳ ଶବର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶବର ଶୁଦ୍ଧିଗୁରୁ ଟିକି ବାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜର ନୂତନ ଗୃହକୁ ଉଦ୍‌ଘାଟନ କରିଥିଲେ। ପରେ ଏକ ଶବର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଛତିଶଗଡ଼ ବିଶ୍ବାବସୁ ଶବର ସମାଜ ସଭାପତି ଏନ୍‌.ପି. ନାରୋଜି, ମହାସମୁନ୍ଦ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଜୟଧର ନାଏକ, ଡା. ଭୂପେନ୍ଦ୍ର ମଲ୍ଲିକ, ରାୟପୁର ଶବର ସମାଜ ସଭାପତି ଜୟଦେବ ଭୋଇ, ଜିଲ୍ଲା ଶବର ସମାଜ ସଭାପତି ବିହାରୀଲାଲ ବିଶ୍ବାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଆଦିବାସୀ ମହାସଂଘ ପଶ୍ଚିମ ଓଡ଼ିଶା ମହାସଚିବ ନିରଂଜନ ବିଶି ଉପସ୍ଥିତ ଥିଲେ। ଖଡ଼ିଆଳ ଉପଖଣ୍ଡ ସଭାପତି ବାଳକୃଷ୍ଣ ଶବର ମଞ୍ଚ ପରିଚାଳନା କରିଥିଲେ।

ଏହି ସମ୍ମିଳନୀରେ ୬ ଖଣ୍ଡ ଗ୍ରାମର ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଟାନୁୱାଟ ଆଞ୍ଚଳିକ କେନ୍ଦ୍ର ଶବର ସମାଜ ସଭାପତି ଦେଓସିଂ ବିଶ୍ବାଳ, ଚନାବେଡ଼ା ଆଞ୍ଚଳିକ କେନ୍ଦ୍ରର ସଭାପତି ଦିରେସ ରାମ ଶବର, ଦିଆମୁଣ୍ଡା ସଭାପତି ଈଶ୍ବରଚନ୍ଦ୍ର ଶବର, ଭାଜିପଲା ସଭାପତି ଦୁର୍ଜନ ଶବର, ପୂର୍ବତନ ଜିଲ୍ଲା ସଂପାଦକ ତେଜରାମ ଶବର, ଶବର ସମାଜ ଜିଲ୍ଲା ସଂପାଦକ ଫୁଲେରସିଂ ଭୋଇ, ଜୟରାମ ଶବର, ଶିବରାମ ଶବର, କୈଳାସ ଶବର, ନିରଂଜନ ଶବର, ଟୁଲୁକୁ ଶବର, ଧନେଶ୍ବର ଶବରଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

The post ନୂଆପଡ଼ା ଉପଖଣ୍ଡସ୍ତରୀୟ ବିଶାଳ ଶବର ସମ୍ମିଳନୀ first appeared on Sambad.

from ଜିଲ୍ଲା | Sambad https://ift.tt/3pQQ53w