
ବଲାଙ୍ଗୀର : ସବୁବେଳେ ପ୍ରତିଶ୍ରୁତି ପାଉଛୁ। ହେଲେ ଜମି କି ଘର ପାଉନୁ। ବାରବାର ପ୍ରଶାସନ ପାଖରେ ଗୁହାରି କରୁଛୁ। ଅଧିକାରୀମାନେ ସବୁ ସହାୟତା ଦିଆଯିବ କହୁଛନ୍ତି। ହେଲେ ଘର ଭାଙ୍ଗିଦେଲା ପରେ ଆଉ ଘର ଦେଉ ନାହାନ୍ତି ବୋଲି କହିଛନ୍ତି ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମର ଗଙ୍ଗାଧର ସିଂହ।
ସେ ପାଇଥିବା ପ୍ରଧାମନ୍ତ୍ରୀ ଅବାସ ଯୋଜନା ଘରକୁ ଗାଁ ଲୋକଙ୍କ ଅଭିଯୋଗରେ ପ୍ରଶାସନ ତୁରନ୍ତ ଭାଙ୍ଗିଦେଲା। ଭାଙ୍ଗିବା ସମୟରେ ୪ ଡିସମିଲ ଜମି ଓ ଘର ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ କିଛି ଦିଆଗଲାନି। ଫଳରେ ଜିଲ୍ଲାପାଳଙ୍କ ନିକଟକୁ ଆସି ଗୁହାରି କରିଥିଲେ। ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ବି ତାହା ପୂରଣ ନହେବାରୁ ଶୁକ୍ରବାର ଗଙ୍ଗାଧରଙ୍କ ପରିବାର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ନୂତନ ଘର ନଦେବା ଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ତାଙ୍କ ପରିବାର ରାନ୍ଧିବାଢ଼ି ଖାଇପିଇ ରହିବେ ବୋଲି ଗଙ୍ଗାଧର କହିଛନ୍ତି।
The post ଦୁଆନପାଲି ଆବାସ ଯୋଜନା ଘର ଭାଙ୍ଗିବା ଘଟଣା: ‘ପ୍ରତିଶ୍ରୁତି ପାଉଛୁ, ଜମି ଓ ଘର ପାଉନୁ’ first appeared on Sambad.from ଜିଲ୍ଲା | Sambad https://ift.tt/2ZxUlKb
0 Comments