ବଲାଙ୍ଗୀର : ସ୍ଥାନୀୟ ଯାଦବ ଭବନଠାରେ ତହଁକ କୁଟୁମ୍ ତରଫରୁ ନଭେମ୍ବର ୧ ‘ବଲାଙ୍ଗୀର ଦିନ୍‌’ ଉଦ୍ଦେଶ୍ୟରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ସ୍ମରଣ ହିଁ ରହିଯିବ ବଲାଙ୍ଗୀର ଦିନ୍, ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏ ଦିନଟି ସମସ୍ତଙ୍କ ପାଇଁ ମନେ ରହିବ ବୋଲି କହିଥିଲେ। ଦିଗାମ୍ବର ନାଏକ, ଦିଲୀପ ସିଂହଦେଓ, ଗୋପୀନାଥ ଦଣ୍ଡସେନା ମଞ୍ଚାସୀନ ଥିଲେ। ଅତିଥିମାନେ ବଲାଙ୍ଗୀର କଳା ସାହିତ୍ୟ, ସଂସ୍କୃତି ପରମ୍ପରା ଉପରେ ବିଶେଷ ଆଲୋଚନା କରିଥିଲେ।
କବି ଅର୍ଜୁନ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ରାଜେଶ ଦଣ୍ଡସେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ବଲାଙ୍ଗୀର ଦିନ୍ କମିଟିର ଉପାଧ୍ୟକ୍ଷ ବିନୋଦ କାଲସାଏ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନୁପ୍ରିୟା ମିଶ୍ର ଏବଂ ଅନନ୍ତ ବିଶ୍ୱାଲଙ୍କ ସଂଯୋଜନାରେ କବିତା ଆସର ହୋଇଥିଲା। ଏହି କବିତା ଆସରରେ ବିଭିନ୍ନ ଅଂଚଳରୁ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ରୁକ୍ମଣ ବିଶ୍ୱାଲ, ମନୋଜ ମହାନନ୍ଦ, କବିତା ମିଶ୍ର, ଆୟୋଜକ କମିଟି ଚେୟାରମେନ ଅଙ୍କୁଶ ପାଣ୍ଡିଆ, ବିନୋଦ କାଲସାଏ, ସଂପାଦକ ପ୍ରଶାନ୍ତ ମହାକୁର, ଆବାହକ ଜୟକୃଷ୍ଣ ମିଶ୍ର, ଦୀନେଶ ଶର୍ମା, ସନ୍ତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ। ରିଲୁ ରଥ ଧନ୍ୟବାଦ ଦେଇଥିଲେ।
The post ‘ବଲାଙ୍ଗୀର ଦିନ୍‌’ ପାଇଁ ତହଁକ କୁଟୁମ୍ ତରଫରୁ କବିତା ଆସର first appeared on Sambad.

from ଜିଲ୍ଲା | Sambad https://ift.tt/3pVcsox