
କୋକସରା : କୋକସରା ଥାନା ଟେମରା ପଞ୍ଚାୟତ ହଂସପଡ଼ା ଗାଁରେ ରହୁଥିବା ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନରେନ୍ଦ୍ର ନାଏକଙ୍କ ଘରୁ ଚୋରି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଘର ପଛପଟେ ଥିବା ଝରକା ଗ୍ରିଲ୍ ଭାଙ୍ଗି ଦୁର୍ବୃତ୍ତମାନେ ପଶିଛନ୍ତି। ଏହାପରେ ୨ଟି ଆଲମାରି ଭାଙ୍ଗି ସେଥିରୁ ୧୦ ଭରି ସୁନା, ୫୦ ଭରି ରୁପା ଗହଣା ସହ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ବୋଲି କୋକସରା ଥାନାରେ ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।

ପରିବାର ଲୋକ ଶୁକ୍ରବାର ସକାଳୁ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ଖବର ଦେବାପରେ ଥାନାଧିକାରୀ ରମଣୀ ରଂଜନ ଦଳେଇ, ଧର୍ମଗଡ଼ ଏସ୍ଡିପିଓ ଧିରଜ ଚୋପଦାର ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।
The post ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଚୋରି first appeared on Sambad.from ଜିଲ୍ଲା | Sambad https://ift.tt/3blVFT1
0 Comments