ରାଉରକେଲା: ବନ୍ଧମୁଣ୍ଡା ରେଳବାଇ କ୍ବାର୍ଟର୍ସରୁ ଜଣେ କର୍ମଚାରୀଙ୍କ ଶବ ଉଦ୍ଧାର ‌ହୋଇଛି। ମୃତକ ଜଣକ ହେଲେ ଯଶବନ୍ତ ବେହେରା (୩୫)। ପତ୍ନୀଙ୍କ ସହ କଳି ଝଗଡାରୁ ଯଶବନ୍ତ ଏକାକୀ କ୍ବାର୍ଟର୍ସରେ ରହୁଥିଲେ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ଧରି ଯଶବନ୍ତ ବନ୍ଧମୁଣ୍ଡା ଡିଜେଲ କଲୋନି ନିଜ କ୍ବାର୍ଟର୍ସରେ ରହୁଥିଲେ। ଆଜି କ୍ବାର୍ଟର୍ସ ଭିତରୁ ଗନ୍ଧ ବାହାରିବାରୁ ପଡୋଶୀଙ୍କୁ ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି କ୍ବାର୍ଟର୍ସରୁ ଯଶବନ୍ତଙ୍କ ଶବ ଉଦ୍ଧାର କରିଥିଲେ। ଯଶବନ୍ତଙ୍କ ସହ ପତ୍ନୀଙ୍କ ଝଗଡାରୁ ସେ ଏକାକୀ କ୍ବାର୍ଟର୍ସରେ ରହୁଥିଲେ। ପତ୍ନୀ ଅନ୍ୟ କେଉଁ ଆଡେ ରହୁଥିଲେ। ଯଶବନ୍ତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି।

The post ରେଳ କ୍ବାର୍ଟର୍ସରୁ କର୍ମଚାରୀଙ୍କ ଶବ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/39ZUKqD