ଖୋର୍ଦ୍ଧା: ନିଖିଳ ଓଡ଼ିଶା ମାଛ ଯୋଗାଣକାରୀ ସଂଘର ପ୍ରଥମ ସାଧାରଣ ବୈଠକ ଖୋର୍ଦ୍ଧା କ୍ଲାଉଡ୍ ହିଲ୍ ରିସୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ କର୍ମକର୍ତା ନିର୍ବାଚନରେ ସଭାପତି ଭାବେ ସେକ୍ ମୁସ୍ତାଫା, ଉପସଭାପତି ହାଫିଜୁର ରହେମନ ଓ ବାଦଲ ସାହୁ, ସମ୍ପାଦକ ଭାବେ ଅବ୍ଦୁଲ ରୌଫ ମନୋନୀତ ହୋଇଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନର ୨୦ଜଣ ହୋଲ୍‌ସେଲରଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଥିଲା। ଓଡ଼ିଶାକୁ ଆବଶ୍ୟକ ହେଉଥିବା ମାଛର ୮୦ ପ୍ରତିଶତ ମାଛ ଆନ୍ଧ୍ରରୁ ଆସୁଛି। ତେବେ ଆନ୍ଧ୍ର ବ୍ୟବସାୟୀ ମାନେ ମାଛ ଆଣିବା ପୂର୍ବରୁ ବ୍ଲାଂକ୍ ଚେକ୍ ଓ ଏଗ୍ରିମେଂଟ୍ ବଣ୍ଡ କରିବାକୁ ବାଧ୍ୟ କରୁଥିବାରୁ ଉପୁଜୁଥିବା ସମ୍ପସ୍ୟା ସମ୍ପର୍କରେ ଗଭୀର ଚିନ୍ତା ପ୍ରକଟ କରାଯାଇଥିଲା।

The post ରାଜ୍ୟ ମାଛ ହୋଲସେଲର ସଂଘର ପ୍ରଥମ ସାଧାରଣ ବୈଠକ ଓ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ first appeared on Sambad.

from ଜିଲ୍ଲା | Sambad https://ift.tt/3bzohIh