
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବାଗବର ହାଇସ୍କୁଲ ଖେଳ ପଡିଆରେ ହେଉଥିବା ଏକଦିବସୀୟ ମା’ମାହେଶ୍ବରୀ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସମ୍ବଲପୁରକୁ ହରେଇ ସିଂହପାଲି ଚାମ୍ପିୟନ ହୋଇଛି। ସକାଳୁ ସ୍ଥାନୀୟ ବିଧାୟକ ତଥା ବାଣିଜ୍ୟ ଓ ପରିବହନ ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚ ବାଗବର ଓ ବୌଦ୍ଧ ମଧ୍ୟରେ ହୋଇଥିଲା। ଏଥିରେ ବାଗବର ୩-୧ ଗୋଲରେ ବିଜୟୀ ହୋଇଥିଲା।

କେଉଟିପାଲି ଓ ବଲାଙ୍ଗୀର ମଧ୍ୟରେ ହୋଇଥିବା ଦ୍ବିତୀୟ ମ୍ୟାଚ ଗୋଲଶୂନ୍ୟ ହେବାରୁ ଟ୍ରାଇବ୍ରେକରରେ ଫଳାଫଳ ବାହାର କରାଯାଇଥିଲା। ଏହିରେ୫-୪ ଗୋଲରେ କେଉଟିପାଲି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ସିଂହପାଲି ଦଳ ଧମାକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚରେ ସମ୍ବଲପୁର ଦଳ ବୁର୍ଲ୍ଲାକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ପ୍ରଥମ ସେମିଫାଇନାଲ ବାଗବର ଓ ସିଂହପାଲି ମଧ୍ୟରେ ହୋଇଥିବା ବେଳେ ସିଂହପାଲି ୧-୦ ଗୋଲରେ ବିଜୟୀ ହୋଇଥିଲା। ଦ୍ବିତୀୟ ସେମିରେ ସମ୍ବଲପୁର ଟ୍ରାଇବ୍ରେକରରେ ୫-୩ ଗୋଲରେ କେଉଟିପାଲିକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ ସମ୍ବଲପୁର ଓ ସିଂହପାଲି ମଧ୍ୟରେ ହୋଇଥିବା ବେଳେ ନିର୍ଧାରିତ ସମୟରେ ଗୋଲଶୂନ୍ୟ ରହିବାରୁ ଟ୍ରାଇବ୍ରେକର ରେ ୫-୪ଗୋଲରେ ସିଂହପାଲି ବିଜୟୀ ହୋଇ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଲଗାତାର ଦ୍ବିତୀୟବର୍ଷ ପାଇଁ ଚାମ୍ପିୟନ ହୋଇଛି।
ଆୟୋଜକ କ୍ଲବର ସଭାପତି ଆଲୋକ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା ମୁଖ୍ୟଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସୁବଳୟା ସମିତି ସଭ୍ୟ ରଞ୍ଜିତ ରଥ, ବହଳପଦର ସମିତିସଭ୍ୟ ପୀତାମ୍ବର ସାହୁ, ଜାଲୋଏ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧିରେନ୍ଦ୍ର ବାଘ, ଖବରଦାତା ରବୀନ୍ଦ୍ର ହୋତା, କ୍ଲବର ସମ୍ପାଦକ ଭଗବାନ କର୍ଣ୍ଣ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ। ସମ୍ବଲପୁରର ଦିଲ୍ଲୀପ ଦଣ୍ଡସେନାଙ୍କୁ ଶ୍ରେଷ୍ଟ ଗୋଲକିପର, ପ୍ରଫୁଲ୍ଲ ଭୋଇଙ୍କୁ ଶ୍ରେଷ୍ଟ ଡିଫେନ୍ସ ଏବଂ ସିଂହପାଲିର ଯୁଗେଶ୍ବର ଭୋଇଙ୍କୁ ଶ୍ରେଷ୍ଠ ସ୍କୋରର, ଅର୍ଜ୍ଜୁନ ଭୋଇଙ୍କୁ ମ୍ୟନ ଅଫ ଦି ସିରିଜ ଜୟରାମ ବାଘଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିବା ସହିତ ଚାମ୍ପିୟନ ସିଂହପାଲି ଦଳକୁ ନଗଦ ୬ହଜାର ୬୬୬ଟଙ୍କା ସହିତ ଟ୍ରଫି ଓ ସମ୍ବଲପୁର ଦଳକୁ ନଗଦ ୪ହଜାର ୪୪୪ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ମ୍ୟାଚ ଗୁଡିକରେ ସୁଦାମ ଜଗଦଲା, ପ୍ରଶାନ୍ତ ଷାଣ୍ଢ, ନରେଶ କାଣ୍ଡ ଓ ପ୍ରଶାନ୍ତ ସେଠୀ ମ୍ୟାଚ ରେଫରୀ ଓ ପ୍ରାଣବନ୍ଧୁ ଦେହେରୀ ଚତୁର୍ଥ ରେଫରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ।
The post ମା’ମାହେଶ୍ବରୀ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁରକୁ ହରେଇ ସିଂହପାଲି ଚାମ୍ପିୟନ first appeared on Sambad.from ଜିଲ୍ଲା | Sambad https://ift.tt/3mvZA5V
0 Comments