ପଣ୍ଡାପଡ଼ା : ଘଟଗାଁ ରେଞ୍ଜ ଦେଓବନ୍ଧ ବନପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିନିଦା ପଞ୍ଚାୟତ ରଙ୍ଗମାଟିଆ ଗ୍ରାମରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚିଛି। ଚାଷୀମାନେ ନିଜ ଫସଲକୁ କିପରି ସୁରକ୍ଷା ଦେବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

କ୍ରମାଗତଭାବେ ହାତୀପଲ ଧାନ ଓ ପରିବା ଚାଷ ନଷ୍ଟ କରୁଛନ୍ତି। ଗତକାଲି ରାତି ଚାଷୀଙ୍କ ଧାନକ୍ଷେତରେ ୬/୭ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ଭଞ୍ଜ ମୁଣ୍ଡା, ଭାସ୍କର ମୁଣ୍ଡା, ମଙ୍ଗଳୁ ମୁଣ୍ଡା, ଅନିଲ ମୁଣ୍ଡା, ଶୁକ୍ରା ମୁଣ୍ଡାଙ୍କ ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

 

The post ଧାନ ଫସଲ ନଷ୍ଟ କଲେ ହାତୀପଲ first appeared on Sambad.

from ଜିଲ୍ଲା | Sambad https://ift.tt/3vpcrJZ