
ଖୋର୍ଦ୍ଧା: ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ବ୍ଲକ୍ ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଡା ଲୋକନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ଏହି ବୈଠକରେ ୧୫ଟି ପଂଚାୟତର ସରପଂଚ, ସମିତିସଭ୍ୟ, ବ୍ଲକ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ସମସ୍ତ ଜୋନର ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ।
ଏଥିରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ରୁଦ୍ରଭାନୁ ଦରେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ କୁମାର ଦଳେଇ, ଖୋର୍ଦ୍ଧା ବିଧାୟକ ପ୍ରତିନିଧି ଦିଲିପ କୁମାର ହୋତା, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପରିଡା, ବରିଷ୍ଠ ସରପଂଚ ବୈକୁଣ୍ଠନାଥ ମାର୍ଥା, ଅବକାଶ ମହାନ୍ତି, କାଳୁ ବଳିୟାରସିଂହ, ବିଜୟ ଜେନା, ପ୍ରଶନ୍ନ ସାମନ୍ତରାୟ, ବିଭୁପ୍ରସାଦ ସାହୁ, ଲଳିତ ମୋହନ ମହାପାତ୍ର, ଏକବାଲ ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ନେତୃତ୍ୱକୁ ସମର୍ଥନ କରି ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ ଜିତାଇବା ଲାଗି ଆଲୋଚନା ହୋଇଥିଲା ।
The post ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ବ୍ଲକ ବିଜେଡିର ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/3BBk9Cw
0 Comments