ଭବାନୀପାଟଣା : ଓବିସି ଜାତିଭିତ୍ତିକ ଜନଗଣନା ଦାବି, କେନ୍ଦ୍ର ସରକାର ଆଣିଥିବା ତିନିଗୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଏବଂ ନିର୍ବାଚନରେ ବାଲଟ ପେପର୍ ବ୍ୟବହାର ନକରିବା ଦାବି ନେଇ ଶୁକ୍ରବାର ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ସଭାପତି ତୁଳମଣି ନାଗଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଥିଲା।

ଏହି ଧାରଣାରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ, ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଆଦିତ୍ୟ ହଂସ ଯାଦବ, କିଷାନ ମୋର୍ଚ୍ଚା ଜିଲ୍ଲା ସଭାପତି ମନୋହର ହରପାଲ, ନିରଂଜନ ପ୍ରଧାନ, କୀର୍ତ୍ତିଚନ୍ଦ୍ର ଗଉଡ଼, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ରିଷିସୂଦନ ଛତ୍ରପାଲ, ଭାରତ ମୁକ୍ତିମୋର୍ଚ୍ଚା ସଭାପତି ସଂଜୟ ଶବର, ବିଏମ୍‌ପି ଜିଲ୍ଲା ସଭାପତି ଯୁବରାଜ ଛତ୍ରିଆ, ଅହିଧ୍ବଜ ନାଗ, ସୁରେଶ ଚନ୍ଦନ, ବନମାଳୀ ନାୟକ, କଲିମ ମୁଲ୍ଲାଖାନ୍‌, ଅଶୋକ ଗଉଡ଼, ମୁରଲୀ ଚଲାନ, ସନ୍ତୋଷ ନାଏକ, ଅତୋଜ୍‌ ତିର୍ମୂନ, ବିବେକ ସୁନାନୀ, କଳ୍ପେଶ୍ବର ନାଏକ, ରୁକ୍ମଣ ବେମାଲ, ଠାକୁର ମଙ୍ଗରାଜ, ଚିତ୍ତରଂଜନ ବେମାଲ, କୁନୁ ଦୁର୍ଗା, ପ୍ରଦୀପ ମଙ୍ଗରାଜ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

The post ଓବିସି ଜାତିଭିତ୍ତିକ ଜନଗଣନା ଦାବି, ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3mpDRws