
ଧଉଳି: ଉତରା ଫାଣ୍ଡି ଅଧୀନ କାକୁଡ଼ି କୁସଙ୍ଗ ଗ୍ରାମର ସ୍ବାହେସ କୁମାର ସାହୁ (୨୯) ନାମକ ଜଣେ ଯୁବକ ଗତକାଲି ଭୋର ସମୟରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏନେଇ ପିପିଲି ଥାନାରେ ନଂ ୧୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖବର ପାଇ ଉତରା ଫାଣ୍ଡି ପୁଲିସ ଗ୍ରାମରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାହେସ ମାନସିକ ଭାରସାମ୍ୟ ହରାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ସ୍ବାହେସ ଫ୍ୟାନରେ ଝୁଲୁଥିବା ଦେଖି ପରିବାର ଲୋକ ତାଙ୍କୁ ତଳକୁ ଓଡ୍ଲାଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ସ୍ବାହେସଙ୍କୁ ପିପିଲି ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3AgsXNs
0 Comments