ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ବାଇଁଶିଆ ଗ୍ରାମରେ ଆଜି ସକାଳେ ଗୋଟିଏ ଦନ୍ତାହାତୀ ମଇଁଷି ଗୋଠରେ ପଶି ଆକ୍ରମଣ କରିଥିଲା। ଫଳରେ ଗୋଟିଏ ୨ବର୍ଷର ମଇଁଷି ଛୁଆର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଏକ ମଇଁଷି ଛୁଆ ଆହତ ହୋଇଛି।

ସୂଚନା ଅନୁସାରେ ଗତକାଲି ରାତିରେ ନୟାକାଟେଣୀ ଗ୍ରାମ ନିକଟରେ ୨ଟି ହାତୀପଲ ଥିବାରୁ ବନବିଭାଗ ପକ୍ଷରୁ ସତର୍କ ଦୁଷ୍ଟି ରଖାଯାଇଥିଲା। ସେଥିମଧ୍ୟରୁ ୪ଟିକିଆ ଦଳରୁ ଗୋଟିଏ ଦନ୍ତାହାତୀ ଖସି ଆସିଥିବା ବେଳେ ମଇଁଷି ଗୋଠରେ ପଶି ମଇଁଷିଙ୍କୁ ଆକ୍ରମଣ କରିଥିଲା। ଫଳରେ ଗ୍ରାମର ଅଜୟ ଦାସଙ୍କ ଗୋଟିଏ ୨ବର୍ଷର ମଇଁଷି ଛୁଆର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆଘାତ ପ୍ରାପ୍ତ ହୋଇଥିଲା ।

ଆଜି ଭୋର ସମୟରେ ଯୋରନ୍ଦା ବନପାଳ ନିରଞ୍ଜନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଆହତ ମଇଁଷି ଛୁଆକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରିଥିଲେ। ଗଁଦିଆ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.କ୍ରୃଷ୍ଣଚନ୍ଦ୍ର ମଲ୍ଲିକ, ଷଡ଼ଙ୍ଗୀ ରେଞ୍ଜର ଚନ୍ଦ୍ରମଣି ବେହେରାଙ୍କ ଉପସ୍ଥିତିରେ ମୃତ ମଇଁଷି ଛୁଆକୁ ପୋଷ୍ଟମର୍ଟମ କରିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।

The post ଦନ୍ତାହାତୀ ଆକ୍ରମଣରେ ମଇଁଷି ଛୁଆର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/2Yq0XcY