ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁକ୍ରବାର ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଜଗିବାର ବନ୍ଦୋବସ୍ତ କରାଯାଇଛି। ଆଇନଶୃଙ୍ଖଳା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ୩ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୫ ଡିଏସ୍ପି, ୮ ଇନ୍ସପେକ୍ଟର, ୬୫ ଏସ୍ଆଇ ରୢାଙ୍କ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୧୩୨ହୋମ୍ଗାର୍ଡ ମଧ୍ୟ ମୁତୟନ ହେବେ ବୋଲି ପୁଲିସ୍ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ବାରିପଦା ବସ୍ଷ୍ଟାଣ୍ଡ୍ରୁ ବସ୍ଗୁଡ଼ିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇ ଯିବା ପରିବର୍ତ୍ତେ ସତ୍ୟସାଇ ଛକରୁ ଦାରଗୋଡ଼ାହି ହୋଇ ଗମନାଗମନ କରିବେ।

The post ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ, ୧୬ ପ୍ଲାଟୁନ୍ ଫୋର୍ସ ଜଗିବେ first appeared on Sambad.

from ଜିଲ୍ଲା | Sambad https://ift.tt/3C05BgD