
ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବରଗାଁ ପଞ୍ଚାୟତ ଡୁମେରବାହାଲ ଗାଁର କେନାଲ ପାର୍ଶ୍ୱରୁ ଅଶ୍ବିନୀ ବେହେରା (୩୮ବର୍ଷ) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଶ୍ବିନୀଙ୍କ ଘର ଚନାବେଡ଼ା ପଞ୍ଚାୟତ ବରପଦର ଗାଁରେ ବୋଲି ଜଣାପଡ଼ିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଶ୍ୱିନୀ ବହୁଦିନ ଧରି ବାହାରେ ରହୁଥିଲେ। କିଛିଦିନ ତଳେ ସେ ନିଜ ଗ୍ରାମକୁ ଫେରିଥିଲେ। ମଙ୍ଗଳବାର ଦିନ ରାତିରେ ସେ ଘରୁ ବାହାରି ଆଉ ଫେରି ନଥିଲେ। ବୁଧବାର ସକାଳେ ପରିବାର ଲୋକେ ଡୁମେରବାହାଲ ନିକଟ କେନାଲ ପାର୍ଶ୍ୱରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇ ପୁଲିସକୁ ଖବର ଦେଇଥିଲେ। ଖଡ଼ିଆଳ ପୁଲିସ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଚାଲିଥିବା ବେଳେ କାହାକୁ ଗିରଫ କରାଯାଇ ନାହିଁ। ଅନ୍ୟପକ୍ଷରେ ପୁଲିସର ତଦନ୍ତ ଡେରି ହେଉଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଉତ୍ତ୍ୟକ୍ତ ଲୋକେ ଖଡ଼ିଆଳ ଓ ନୂଆପଡା ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ।
The post ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ first appeared on Sambad.from ଜିଲ୍ଲା | Sambad https://ift.tt/3nugiCf
0 Comments