ସୋନପୁର : ସୋନପୁର ପୁଲିସ ୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ବିରେଶ୍ବରପୁର ସାଉଥ-୨୪ ଥାନା ଅନ୍ତର୍ଗତ ରଘୁନାଥପୁରର ପ୍ରସନଜିତ ହଲଦର(୨୪) ସୋନପୁର ମନମୁଣ୍ଡା ରାସ୍ତାର କୁଞ୍ଜ ଛକ ନିକଟରେ ଏକ ବ୍ୟାଗରେ ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିବାବେଳେ ପୁଲିସ ଚଢ଼ଉ କରି ତାକୁ ଧରିଥିଲା। ଯାଞ୍ଚ ସମୟରେ ପ୍ରସନଜିତଠାରୁ ୨ କେଜି ୭୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ସୋନପୁର ପୁଲିସ ପ୍ରସନଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଏସ୍‌ଆଇ ଅଭିମନ୍ୟୁ ସେଠୀ କରୁଛନ୍ତି।

The post ଗଞ୍ଜେଇ ଜବତ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3aHzINZ