
ବଡ଼ବିଲ : ଗତ ୨୨ ତାରିଖ ବିଳମ୍ବିତ ରାତିରୁ ୨୩ ତାରିଖ ପୂର୍ବାହ୍ନ ୧୨ ଘଟିକା, ୧୦ ଘଣ୍ଟା ଧରି ବଡ଼ବିଲ-ଭଦ୍ରାସାହି ରାସ୍ତା ସମ୍ପୂର୍ଣ୍ଣ ଜାମ ରହିଥିଲା। ଫଳରେ ଅତ୍ୟାବଶ୍ୟକ ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ, ଘରୋଇ ୪ ଚକିଆ ଯାନ ଏଥିରେ ଫସି ରହିଥିଲା। ଜାମ୍ ହଟାଇବା ସମ୍ଭବପର ହୋଇନଥିଲା। ଭୁବନେଶ୍ୱରରୁ ବଡ଼ବିଲ ଆସୁଥିବା ରାତ୍ର ବସ ସବୁ ଭୋର ୫ ଘଟିକା ସମୟରେ ପହଂଚିବା ପରିବର୍ତ୍ତେ ୭ ଘଣ୍ଟା ବିଳମ୍ବ ଅର୍ଥାତ୍ ୧୨ ଘଟିକାରେ ବଡ଼ବିଲ ପହଞ୍ଚିଥିଲେ।
ଠିକ ସେହିପରି ବଡ଼ବିଲ ପଟୁ କେନ୍ଦୁଝର ଯାଉଥିବା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ ଭଦ୍ରାସାହି ଛକ ଠାରେ ୫ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା। ଖବର ପାଇ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ, ପୁଲିସ ଫୋର୍ସ ନେଇ ନିଜେ ଟ୍ରାଫିକ ନିୟନ୍ତ୍ରଣ କରିବାପରେ ଜାମ୍ ହଟିଥିଲା। ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।
The post ବଡ଼ବିଲ-ଭଦ୍ରାସାହି ରାସ୍ତା ଜାମ୍: ୧୦ ଘଣ୍ଟା ଫସିଲା ଆମ୍ବୁଲାନ୍ସ first appeared on Sambad.from ଜିଲ୍ଲା | Sambad https://ift.tt/3jxxfdL
0 Comments