ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବୁଡ଼େନ ଥାନା ବରଦାପାଲିରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଉକ୍ତ ଗ୍ରାମର ରାଜକୁମାର ମାଝୀ (୨୩) ଓ ୧୫ ବର୍ଷୀୟ ନାବାଳିକା ଝିଅ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଝିଅର ବୟସ ପ୍ରତିବନ୍ଧକ ଥିବାରୁ ଉଭୟେ ଗତ ୧୬ ତାରିଖରେ ଫେରାର ଥିଲେ। ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ କରି ବାପା ୨୧ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ଭୟରେ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ବରଦାପାଲି ଗାଁ ନିକଟସ୍ଥ ଜଂଗଲରେ ପ୍ରେମିକର ଗାମୁଛାକୁ ପ୍ରେମିକା ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରେମିକ ନିଜର ସାର୍ଟକୁ ବେକରେ ଲଗାଇ ଆତ୍ମହତ୍ୟା କରୁଥିବା ସମୟରେ ସାର୍ଟ ଛିଣ୍ତି ଯାଇଥିଲା। ଫଳରେ ପ୍ରେମିକ ତଳେ ପଡ଼ିଗଲା। ପ୍ରେମିକା ସବୁଦିନ ପାଇଁ ଆରପାରିକୁ ଚାଲିଗଲା। ପ୍ରେମିକ ରାଜକୁମାର ସିଧା ଥାନାକୁ ଆସି ଆତ୍ମସମର୍ପଣ କରିଛି। ତାକୁ କୋର୍ଟ ଚାଲାଣ କରାଯାଇଛି।

The post ଆତ୍ମହତ୍ୟା ଉଦ୍ୟମ: ପ୍ରେମିକା ମୃତ, ବର୍ତ୍ତିଗଲା ପ୍ରେମିକ first appeared on Sambad.

from ଜିଲ୍ଲା | Sambad https://ift.tt/3bkl6EB