କଟକ: କଟକର ଅନିକା ବାଗେଡ଼ିଆ। ବୟସ ମାତ୍ର ୫ ବର୍ଷ। ମାତ୍ର ଅନିକା ଓପନ୍‌ ନ୍ୟାସନାଲ ଟାଇକୋଣ୍ଡୋ ଚାମ୍ପିଅନସିପ୍‌ ଚିଲଡ୍ରେନ୍‌-୧ କାଟାଗୋରିରେ ଜିତିଛନ୍ତି ବ୍ରୋଞ୍ଜ ମେଡାଲ। କଟକ ବଜ୍ରକବାଟୀ ଠାରେ ରହୁଥିବା ଆନନ୍ଦ ବାଗେଡ଼ିଆ ଓ ସିଲ୍‌କୀ ବାଗେଡ଼ିଆଙ୍କ ଝିଅ ଅନିକା ହେଉଛନ୍ତି ସେଣ୍ଟ୍‌ ଯୋସେଫ୍ ଗାର୍ଲ୍‌ସ ହାଇସ୍କୁଲର ପ୍ରେପ୍‌ ଶ୍ରେଣୀର ଛାତ୍ରୀ। ପାଠପଢା ସହ ଆବାକସ୍‌, ଚିତ୍ରାଙ୍କନ କରିବା ଓ ଟାଇକୋଣ୍ଡୋ ପାଇଁ ସେ ନେଉଛନ୍ତି ତାଲିମ। ଟିଭି ଓ ଇଣ୍ଟରନେଟରୁ ଅନିକା ଟାଇକୋଣ୍ଡୋର ଭିଡିଓ ଦେଖି ଏଥିପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କ ମା’ ବି ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ। ପ୍ରାୟ ୧ ବର୍ଷ ହେବ ସେ ସୁଦୀପ୍ତା ନନ୍ଦଙ୍କ ପାଖରେ ଅନଲାଇନ୍‌ରେ ଟାଇକୋଣ୍ଡୋ ତାଲିମ ନେଉଛନ୍ତି। ଅନିକାଙ୍କ ମା’ ସୋସିଆଲ ମିଡ଼ିଆରୁ ଓପନ୍‌ ନ୍ୟାସନାଲ ଟାଇକୋଣ୍ଡୋ ଚାମ୍ପିଅନ୍‌ସିପ ବିଷୟରେ ଅବଗତ ହେବା ପରେ ପ୍ରତିଯୋଗିତା ପାଇଁ ଅନିକାଙ୍କ ନାମ ପଞ୍ଜୀକରଣ କରିଥିଲେ।

Sambad

ତେବେ ଏହି ପ୍ରତିଯୋଗିତା ଜୁଲାଇ ମାସରେ ଅନୁଷ୍ଠିତ ହୋଇଥିବା ବେଳେ ସମଗ୍ର ବିଶ୍ଵରୁ ୧୫ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଅନିକା ଅନ୍ୟ ଶିଶୁଙ୍କୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ମେଡାଲ ଜିତିଥିଲେ। ଅନିକାଙ୍କୁ ନ୍ୟାସନାଲ ଟାଇକୋଣ୍ଡୋ ଚାମ୍ପିୟନ୍‌ସିପ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ଅନିକାଙ୍କ ମା’ ସିଲ୍‌କୀ ବାଗେଡ଼ିଆ କହିଛନ୍ତି ଯେ ଝିଅର ଏହି ସଫଳତାରେ ସେ ବେଶ୍ ଖୁସି। ଆଗକୁ ଏଥିପାଇଁ ସେ ତାଙ୍କୁ ପ୍ରୋତ୍ସାହିତ କରିବେ। ଅନିକା ବି ଆଗାମୀ ଦିନରେ ଟାଇକୋଣ୍ତୋ ଅଭ୍ୟାସ ଜାରି ରଖି ପ୍ରଥମ ସ୍ଥାନରେ ରହିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି।

The post ବିଶ୍ୱରେ ଚମକିଲେ କଟକ ଝିଅ ଅନିକା, ଓପନ୍‌ ନ୍ୟାସନାଲ ଟାଇକୋଣ୍ଡୋ ଚାମ୍ପିୟନ୍‌ସିପରେ ଜିତିଲେ ବ୍ରୋଞ୍ଜ ପଦକ first appeared on Sambad.

from ଜିଲ୍ଲା | Sambad https://ift.tt/2YRyahI