ପୁରୀ: ଅବକାରୀ ଆୟୁକ୍ତଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ କୋଣାର୍କ ଅବକାରୀ ଉପନିରୀକ୍ଷୀକା ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଗୋପ ଥାନା ଅଂଚଳର ନୋରଡ଼ ଗ୍ରାମରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଆଜି ସକାଳୁ ଚଢ଼ଉ ହୋଇଛି। ଅବକାରୀ ବିଭାଗ ମନୋଜ କୁମାର ନାୟକ (୪୫)ଙ୍କ ଠାରୁ ୧୦୩ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ କରିଛି। କୋଣାର୍କ ଅବକାରୀ ଥାନା ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇ ଏକ ମାମଲା ରୁଜୁ କରାଯାଇଛି।

ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦,୩୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷୀକା ଶ୍ରୀମତୀ ପଣ୍ଡା, ଏସ୍‌ଆଇ ଲୋକନାଥ ପାତ୍ର, ଜାଗିନ ରାଓ ଓ ବିଭାଗୀୟ କର୍ମଚାରୀ ଏସ୍‌କେ ଓ୍ଵାରିଜ, ପ୍ରବୀଣ ବିରାଜ ଖିରୋ ପ୍ରମୁଖ ସାମିଲ ଥିଲେ।

The post ୧୦୩ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3Fp8byI