
ଯାଜପୁର/ବିଂଝାରପୁର : ବିଂଝାରପୁର ବ୍ଲକ୍ ବାଙ୍ଗରା ଓ ଫତେପୁର ପଞ୍ଚାୟତରେ ଆମରଣ ଅନଶନ ରବିବାର ୭ ଦିନରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ନିକଟରେ ଏଯାଏ କେହି ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବିଭିନ୍ନ ଦୁର୍ନୀତି ପ୍ରତିବାଦରେ ଚାଲିଥିବା ଏହି ଅନଶନକୁ ବହୁ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଉଛି।
ଆଜି ଗଡ଼ମଧୁପୁରର ରାଣୀ ତଥା ବିଜେପିର ରାଜ୍ୟ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ଅପର୍ଣ୍ଣା ଧୀରସିଂହ ଅନଶନକାରୀଙ୍କୁ ଭେଟି ଆଲୋଚନା କରିବା ସହ ମନରେଗା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ମଧ୍ୟ ଅନଶନକାରୀଙ୍କ ନିକଟରେ ପହଞ୍ଚିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ବବିତା ମଲିକ, ପୁରୁଷୋତ୍ତମ ବେହେରା, ନିରଞ୍ଜନ ବେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ।
The post ମନରେଗା ଦୁର୍ନୀତି: ବାଙ୍ଗରା, ଫତେପୁର ପଞ୍ଚାୟତ ଅନଶନକୁ ୭ ଦିନ first appeared on Sambad.from ଜିଲ୍ଲା | Sambad https://ift.tt/3oQgG06
0 Comments