ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍ଟୋବର ୧୩ ତାରିଖରେ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ। ଏଥିନିମନ୍ତେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛତର ଯାତ୍ରା ନିମନ୍ତେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ସେହିଭଳି ଆସନ୍ତା ୧୨ ତାରିଖ ରାତି ୮ଟାରୁ ୧୩ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ ବୋଲି ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପୁଲିସ ଏସ୍‌ପି ବିଜୟ ନନ୍ଦ ସୂଚନା ଦେଇଛନ୍ତି।

ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। କୋଭିଡ୍‌ ଯୋଗୁଁ ଏହି ଯାତ୍ରା ପାଳନ ନିମନ୍ତେ ଅକ୍ଟୋବର ୧୨ ତାରିଖ ରାତି ୮ଟା ରୁ ୧୩ ତାରିଖ ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ। ଭକ୍ତମାନେ ଘରେ ବସି ଟିଭିରେ ସିଧାପ୍ରସାରଣ ଦେଖିପାରିବେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ କରାଯିବ। ଏଥିନିମନ୍ତେ ଜଣେ ଅତିରିକ୍ତ ଏସ୍‌ପି, ୫ଜଣ ଡିଏସ୍‌ପି, ୧୫ଜଣ ଇନ୍ସପେକ୍ଟର, ୫୦ଜଣ ସବ୍‌ଇନ୍ସପେକ୍ଟର ଓ ଏସ୍‌ଆଇ ଦାୟିତ୍ବରେ ରହିବେ। ଛତରଯାତ୍ରା ନିମନ୍ତେ ବିଭିନ୍ନ ଛକରେ ସୁରକ୍ଷା କଡ଼ାକଡ଼ି କରାଯିବ। ସେହିଭଳି ମାଣିକେଶ୍ବରୀ ମନ୍ଦିର ଓ ଜେନାଖାଲରେ ପୁଲିସ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ।

ଅକ୍ଟୋବର ୧୩ ତାରିଖ ଦିନ ସକାଳ ସାଢ଼େ ୮ଟାରେ ମା’ଙ୍କ ଛତର ଜେନାଖାଲରୁ ଯାଇ ମନ୍ଦିରରେ ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଅତିରିକ୍ତ ପୁଲିସ ଏସ୍‌ପି ଶ୍ରୀ ନନ୍ଦ ଆଜି ଭବାନୀପାଟଣା ସହରସ୍ଥିତ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

The post ୧୩ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା first appeared on Sambad.

from ଜିଲ୍ଲା | Sambad https://ift.tt/3FtWxTj