ଜୁନାଗଡ଼ : ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସଂପୂର୍ଣ୍ଣ ଫି’ ଛାଡ଼ ଦାବି କରି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋରୋନା ମହାମାରୀ ସମୟରେ ମହାବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ବେଳେ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ା ହେଉଥିଲା। ଫଳରେ ଛାତ୍ରଛାତ୍ରୀମାନେ କଲେଜ ନଯାଇ ଘରେ ବସି ପାଠ ପଢ଼ିଥିଲେ। ଅନ୍‌ଲାଇନ୍‌ କ୍ଲାସ୍‌ ହେବା ପରେ ମଧ୍ୟ କଲେଜ ତରଫରୁ ସଂପୂର୍ଣ୍ଣ ଫି’ ଆଦାୟ କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ତେଣୁ ଫି’ ଛାଡ଼ କରିବା ସହିତ ଛାତ୍ରଛାତ୍ରୀ କମନ୍‌ ରୁମ୍‌ ଏବଂ ଶ୍ରେଣୀ ଗୃହ ତୁରନ୍ତ ମରାମତି କରାଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜୁନାଗଡ଼ ନଗର ସଂପାଦକ ସୌରଭ ମିଶ୍ର, ମୁକେଶ ବିଶୋଇ, ସବିତା କୈବର୍ତ୍ତ, ରୋହିତ ଧଙ୍ଗଡ଼ାମାଝୀ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥି‌ଲେ। ଏବିଭିପିର କଳାହାଣ୍ଡି ବିଶ୍ବବିଦ୍ୟାଳୟ ଶାଖା ସଭାପତି ବିକାଶ ସାହୁ, ବିଭାଗ ସଂଯୋଜକ ପୁରୁଷୋତ୍ତମ ବିଶି ଉପସ୍ଥିତ ଥିଲେ। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଜୁନାଗଡ଼ ନଗର ସଂପାଦକ ସୌରଭ ମିଶ୍ର ଚେତାବନୀ ଦେଇଛନ୍ତି।

The post ଫି’ ଛାଡ଼ ଦାବିରେ ଏବିଭିପିର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3Dvc5V1