
ବଲାଙ୍ଗୀର/କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାରେ ସଟ୍ଟା କାରବାର ଜୋର୍ସୋର୍ରେ ଚାଲିଥିବା ବିଷୟରେ କିଛିଦିନ ତଳେ ‘ସମ୍ବାଦ’ରେ କ୍ରମାଗତ ଭାବେ ପ୍ରକାଶ ପାଇଥିଲା। ଏହା ପରେ କଣ୍ଟାବାଞ୍ଜି ପୁଲିସ ଆକ୍ସନମୋଡରେ ଆସି ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ସଟ୍ଟା କାରବାରରେ ଲିପ୍ତଥିବା ଏଜେଣ୍ଟ ଓ ଡନ୍ମାନଙ୍କୁ ଖୋଜିବାରେ ଲାଗିଛି।

ଗୁରୁବାର କଂଟାବାଞ୍ଜି ଥାନା ପରିସରରୁ ମାତ୍ର ୨ଶହ ମିଟର ଦୂର ଏନ୍ଏସି ଛକଠାରେ ରହୁଥିବା ସଟ୍ଟାଡନ୍ ବିକି ସୋନୀର ଘରେ ପୁଲିସ ଚଢ଼ଉ କରିଥିଲା। ସେଠାରୁ ସଟ୍ଟା ଲେଖାଯାଉଥିବା ଅନେକ ଚିଟ୍, କାଗଜ, ମୋବାଇଲ ଫୋନ୍ ସହ କିଛି ଟଙ୍କା ମଧ୍ୟ ଜବତ କରିଥିଲା। ଡନ୍ ବିକିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଆଇପିଏଲ୍ ବେଟିଂରେ ତାର ସଂପୃକ୍ତି ଅଛି କି ନାହିଁ ସେ ସଂପର୍କରେ ମଧ୍ୟ ପୁଲିସ ତଥ୍ୟ ସଂଗ୍ରହ କରୁଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ ସୂଚନା ଦେଇଛନ୍ତି।
The post ଆକ୍ସନ ମୋଡ୍ରେ କଂଟାବାଞ୍ଜି ପୁଲିସ୍: ସଟ୍ଟାଡନ୍ ଥାନାରେ ଅଟକ, ଘରେ ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/30aLUot
0 Comments