
ଧଣ୍ତାମୁଣ୍ତା/ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍ ପଡ଼ିଆବାହାଲ ଗାଁରେ ଆର୍ଥିକ ଅନିୟମିତତା ନେଇ ଗୁରୁବାର ଆନ୍ଦୋଳନ ତେଜିବାରେ ଲାଗିଛି। ଗାଁର ଅଭିଭାବକ, ସ୍କୁଲ କମିଟି ଏବଂ ଛାତ୍ରଛାତ୍ରୀ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍କଲର ପ୍ରଧାନ ଶିକ୍ଷକ ଅଶୋକ ବାରିକ ଏବଂ ସହକାରୀ ଶିକ୍ଷକ ସନତ ମେହେର ସ୍କୁଲକୁ ଆସିଥିବା ଅନୁଦାନ ରାଶି ପରିଚାଳନା କମିଟିର ଅଜାଣତରେ ଉଠାଣ କରି ନେଇଛନ୍ତି। ଏ ସଂପର୍କରେ ଅଭିଭାବକ ଏବଂ ସ୍କୁଲ କମିଟି ସଦସ୍ୟମାନେ ବିଇଓ ଅଫିସରେ ଅଭିଯୋଗ କରିଥିଲେ। ହେଲେ ବିଇଓ ସୁରେନ୍ଦ୍ର ପୁରୋହିତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସଂପୃକ୍ତ ଶିକ୍ଷକ ଦ୍ବୟଙ୍କ ବିରୋଧରେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି।
The post ପଡ଼ିଆବାହାଲ ପ୍ରାଥମିକ ସ୍କୁଲରେ ଆର୍ଥିକ ଅନିୟମିତତା ନେଇ ତେଜିଲା ଆନ୍ଦୋଳନ, ସ୍କୁଲ ଘେରିଲେ ଅଭିଭାବକ ଓ ଛାତ୍ରଛାତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/2WPSUWg
0 Comments