
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ରେଳସାଇଡିଂରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ହୋଇଥିବା ଷ୍ଟେସନ ଭଙ୍ଗାରୁଜା ଏବଂ ଆର୍ପିଏଫ୍ଙ୍କୁ ଆକ୍ରମଣ ଘଟଣାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିହାର ମୁଙ୍ଗେର ଜିଲ୍ଲାର ସମଶେର୍ କୁମାର ସିଂହ।
ସୂଚନାଯୋଗ୍ୟ, ବାଂଶପାଣି ରେଳସାଇଡିଂରେ ଗତ ୧୨ ତାରିଖ ରାତିରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ରାଧାହଟିଂ, କୋଇଲାହଟିଂ ଓ ଭଞ୍ଜହଟିଂର ଲୋକେ ଉତ୍ତ୍ୟକ୍ତ ହୋଇ ବାଂଶପାଣି ଷ୍ଟେସନରେ ପଶି ଭଙ୍ଗାରୁଜା କରିଥିଲେ। ଆର୍ପିଏଫ୍ ଯବାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୪ଜଣ ଆର୍ପିଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଜାମସେଦପୁରସ୍ଥିତ ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମଶେର୍ଙ୍କ ଆଜି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
The post ବାଂଶପାଳ ଷ୍ଟେସନରେ ଭଙ୍ଗାରୁଜା ଘଟଣା: ଗୁରୁତର ଆର୍ପିଏଫ୍ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3DQBCZ6
0 Comments