ରାମଚନ୍ଦ୍ରପୁର : ସମ୍ପର୍କୀୟ ଭାଉଜକୁ ପ୍ରେମ ନିବେଦନ କରି ନିରାଶ ହେବା ପରେ ଦୁଷ୍କର୍ମ ଉଦ୍ୟମ କରି ଜେଲ୍‌ ଯାଇଛି ଦିଅର। ଏଭଳି ଅଭାବନୀୟ ଘଟଣା ଘଟିଛି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡ଼ପଦନା ଗ୍ରାମରେ।

ବଡ଼ପଦନା ଗ୍ରାମର ନଳିନୀକାନ୍ତ ସାହୁ ଓରଫ ପିଣ୍ଟୁ (୩୦) ମାମୁପୁଅ ଭାଇଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିଥିଲା। ଏଥିରେ ବିଫଳ ହେବାରୁ ଭାଇର ଅନୁପସ୍ଥିତିରେ ଶନିବାର ରାତିରେ ଭାଉଜଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣଙ୍କ ପାଟି କରିବାରୁ ପିଣ୍ଟୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଅଭିମନ୍ୟୁ ଦାସ କେସ୍‌ ନମ୍ବର ୧୬୬/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ପିଣ୍ଟୁକୁ ଆଜି ପୁଲିସ ବଡ଼ପଦନାସ୍ଥିତ ଘରୁ ଗିରଫ କରି କୋର୍ଟଚାଲାଣ କରିଛି।

The post ଭାଉଜକୁ ‌ଦୁଷ୍କର୍ମ ଉଦ୍ୟମ, ଦିଅର ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3vlHo1B