
ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶିଆଳିଆ ନିକଟରେ ଥିବା ଏକ ବନ୍ଦ କ୍ରସର ୟୁନିଟରୁ ଗତକାଲି ରାତିରେ ଲୁହା ଚୋରାଉଥିବା ବେଳେ ୨ଜଣ ଧରାପଡ଼ିଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାନୁସାରେ, ଗତକାଲି ରାତିରେ ବିରଞ୍ଚି ଶତପଥୀଙ୍କ କ୍ରସର ୟୁନିଟରୁ ୨ଜଣ ଯୁବକ ଲୁହାକାଟି ଚୋରାଉଥିବା ବେଳେ ସେଠାରେ ଥିବା ଲୋକଙ୍କ ଦ୍ୱାରା ଧରାପଡ଼ିଥିଲେ । ଏହାପରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଲୁହା କାଟିବା ସରଂଜାମ ସହ ଦୁଇଜଣଙ୍କୁ ଧରି ଥାନାକୁ ଆଣିଥିଲା । କ୍ରସର ୟୁନିଟ୍ର ମାଲିକଙ୍କ ଅଭିଯୋଗ ଅନୁସାରେ ୨ଜଣଙ୍କ ବିରୋଧରେ ୧୫୭/୨୦୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ୨ଜଣ ଯୁବକ ହେଲେ ତୋଟାପଡ଼ାର ବବୁଲ ଖାଁ (୨୫) ଓ ତୋଟାପଡ଼ାରେ ରହୁଥିବା ରଣପୁର ବାଙ୍କଡାଲିଆ ଗାଁର କୁଳମଣି ନାୟକ (୨୨) ।
The post ବନ୍ଦ କ୍ରସର ୟୁନିଟ୍ରୁ ଲୁହା ଚୋରାଇ ୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3jlhupU
0 Comments