
ବୀରମହାରାଜପୁର/ ଉଲୁଣ୍ଡା : ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ଏବେ ଜଙ୍ଗଲି ହାତୀ ଆସି ସେମାନଙ୍କ ଉପଦ୍ରବ ଆରମ୍ଭ କଲେଣି। ଉଲୁଣ୍ଡା ବ୍ଲକ୍ ହିକୁଡି ଗ୍ରାମରେ ପ୍ରଥମେ ରହିଥିଲେ। ଏହି ହାତୀଦଳ ବୁଧବାର ରାତିରେ ଉଲୁଣ୍ଡା ବ୍ଲକ୍ ମହଦା ପଞ୍ଚାୟତ ଗୁମୁରଡୁଲା ଗ୍ରାମକୁ ଆସି ଅନେକ ଧାନ ଫସଲ ମାଡ଼ି ନଷ୍ଟ କରିଦେଇଛନ୍ତି।
ଏହି ହାତୀ ଦଳରେ ଗୋଟିଏ ଦନ୍ତାହାତୀ ସହ ଚାରୋଟି ବଡ଼ ହାତୀ ଓ ୨ଟି ଛୁଆ ହାତୀ ରହିଛନ୍ତି। ସେମାନେ ଗୁମୁରଡୁଲା ଗ୍ରାମର ଶିବରାମ କର୍ମୀ, ଗୋବିନ୍ଦ ଚନ୍ଦ୍ର ମହାକୁଡ଼, ଗଣେଶ ମହାକୁଡ଼, ଭାଗବତ ନାଏକ, କୃଷ୍ଣଚନ୍ଦ୍ର ନାଏକ, ରାଜୁ ତରକି, ମହାଦେବ ନାଏକ, ଇନ୍ଦ୍ରଜିତ୍ ନାଏକ, ପ୍ରହଲ୍ଲାଦ ନାଏକ, ଭଗବାନ କଣ୍ଣଙ୍କ, ସାଉଁଟୁ କର୍ଣ୍ଣ, ଭାଗବତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ମଙ୍ଗୁଲୁ ସାହୁ, ହୃଷୀକେଶ ମେସୁଆ, ଧ୍ରୁବଚରଣ ମେସୁଆ, ନରେନ୍ଦ୍ର ମେସୁଆଙ୍କ ସମେତ ଅନେକ ଚାଷୀଙ୍କ ଧାନଖେତ ମାଡ଼ି ନଷ୍ଟ କରିଦେଇଛନ୍ତି। ଏହି ହାତୀପଲ ଭୁଦୋବର, ଦାଦରପାଲି, ଆପଟନୁଆଗଡ, କୁମାରକେଳି, ପଣ୍ଡିଆପାଲି, ଜାମପାଲି, ଜଗନ୍ନାଥପାଲି ଦେଇ ପଧାନପାଲି ଜଙ୍ଗଲକୁ ପଳାଇ ଯାଇଛନ୍ତି।
The post ବୀରମହାରାଜପୁର ଉପଖଣ୍ଡରେ ଜଙ୍ଗଲି ହାତୀଙ୍କ ଉପଦ୍ରବ first appeared on Sambad.from ଜିଲ୍ଲା | Sambad https://ift.tt/3oC7OuS
0 Comments