ସୋନପୁର : ସୋନପୁର ମଝିପଡ଼ାର ତ୍ରିଲୋଚନ ନାଏକଙ୍କ ପୁଅ ପ୍ରତାପ ନାଏକ(୩୯) ନାଗାଲାଣ୍ଡରେ ସିଆର୍‌ପିଏଫ୍‌ରେ ଯବାନ ଭାବରେ କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର ଦିନ ଛୁଟିରେ ଘରକୁ ଫେରୁଥିଲେ। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ସମୟ‌ରେ ଆସାମର ଡିମାପୁର ରେଳ ଷ୍ଟେସନରେ ଟ୍ରେନ୍‌ରେ ଚଢ଼ିଥିଲେ। ଗତ ଶନିବାର ଦିନ ପ୍ରାୟ ୧୨ଟାରେ ଡିମାପୁର ରେଳ ଷ୍ଟେସନରୁ ୯୩ କିମି ଦୂର ଲମଟିଂ ଷ୍ଟେସନ ରେଲୱେ ଟ୍ରାକ୍‌ ନିକଟରେ ତାଙ୍କର କ୍ଷତ ବିକ୍ଷତ ଶବ ମିଳିଥିଲା। ଏହି ଘଟଣାକୁ ନେଇ ସୋନପୁର ଅଞ୍ଚଳରେ ‌ଶୋକର ଛାୟା ଖେଳିଯାଇଛି। ପ୍ରତାପଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ବର୍ଗ ଓ ସ୍ଥାନୀୟ ଜନସାଧାରଣ।

The post ଆସାମ ଲମଟିଂ ରେଳ ଷ୍ଟେସନରୁ ଯବାନଙ୍କ ମୃତଦେହ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3myMcNd