ଜୟପୁର: ଆସନ୍ତା ମାସରେ ହେବ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘‘ପରବ’’। ଏହାର ମୁଖ୍ୟ କାର୍ଯ୍ୟକ୍ରମ ଚାଲିବା ସମୟରେ ଜୟପୁରରେ ବି କିଛି ପ୍ରମୁଖ ସାଂସ୍କୃତିକ, ଖେଳକୁଦ, କବି ସମ୍ମିଳନୀ, ନାଟକ ମହୋତ୍ସବ  ଆଦି କାର୍ଯ୍ୟକ୍ରମ ଜୟପୁରରେ କରାଯିବାକୁ ଦାବି ଉଠିଛି । ସ୍ଥାନୀୟ ଦଶହରାପଡ଼ିଆ ଷ୍ଡାଡିୟମ କାର୍ଯ୍ୟାଳୟରେ ବରିଷ୍ଠ କ୍ରୀଡାବିତ୍ ରବି ନାୟକଙ୍କ ଆବହକତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଧିରେନ୍ ମୋହନ ପଟ୍ଟନାୟକ, ମାଧବ ରଥ, ନରସିଂହ ପାଣିଗ୍ରାହୀ, ଶଙ୍କର ପ୍ରହରାଜ, ମନୋଜ କୁମାର ପାତ୍ର, ସୁରେଶ କୁମାର ହୋତା, ଜୟନ୍ତ ସାନ୍ତ୍ରା, ପ୍ରଶାନ୍ତ କୁମାର ମିଶ୍ର, ଦେବେନ୍ଦ୍ର ଅଧିକାରୀ, ହର ମିଶ୍ର, ଅନି ପଟ୍ଟନାୟକ, ସୁଧାକର ପଟ୍ଟନାୟକ, ମହମ୍ମଦ ସରିଫ, ଲକ୍ଷ୍ମୀକାନ୍ତ ପାଢ଼ୀ, ବାଲା ରାୟ, ଦେବେନ୍ଦ୍ର ବାହିନୀପତି, ସାହେବ ମହାରାଣା, ଦେବେନ୍ଦ୍ର ଅଧିକାରୀ, ବ୍ରଜାନନ୍ଦ ନାଗ, ବାବୁ ରାୟ, ନିଶାନ ପଟ୍ଟନାୟକ, ମୁରଲୀ ପ୍ରସାଦ ମହାପାତ୍ର, ନୃସିଂହ ପ୍ରସାଦ ଷଡଙ୍ଗୀ, ବଳରାମ ପାଣିଗ୍ରାହୀ, ତପନ ପାଣିଗ୍ରାହୀ ପ୍ରମୁଖ ଭାଗ ନେଇଥିଲେ।

କୋରାପୁଟରେ ହେଉଥିବା ଲୋକ ମହୋତ୍ସବର ମୁଖ୍ୟମହୋତ୍ସବ ଚାଲିବା ସମୟରେ ଜୟପୁରରେ ବି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ପ୍ରତିଯୋଗିତା , କବି ସମ୍ମିଳନୀ, ନାଟକ ପ୍ରତିଯୋଗିତା ଆଦି କରାଯାଉ ବୋଲି ମତ ପ୍ରକାଶ ପାଇଥିଲା। ମୁଖ୍ୟମହୋତ୍ସବ ହେବା ପୂର୍ବରୁ ବି କିଛି କାର୍ଯ୍ୟକ୍ରମ କରାଯିବା କିମ୍ବା ସେ ସମୟରେ ଆସୁଥିବା ପ୍ରମୁଖ ଦଳକୁ ଏଠାକୁ ଆଣି କରାଗଲେ ଭଲ ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଥିଲା। ଜୟପୁରର ବରିଷ୍ଠ କଳାକାର, କ୍ରୀଡାବିତ୍ ମାନଙ୍କୁ ଏହି ଲୋକ ମହୋତ୍ସବରେ ସାମିଲ କରାଯାଉନଥିବା ଏବଂ ଉପେକ୍ଷା କରାଯାଉଥିବାକୁ ନେଇ ବି ଅଭିଯୋଗ ଉଠିଥିଲା।

ଜୟପୁରରେ ଥରେ ପାଳନ ହୋଇଥିବା ବେଳେ ଏହା ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି କିଛି ସଭ୍ୟ କହିଥିଲେ। ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ଏକ ସ୍ମାରକପତ୍ର ଦେବା ସହ ଆଲୋଚନା କରିବାକୁ ନିଷ୍ପତି ହୋଇଥିଲା। ଜିଲ୍ଲାପାଳଙ୍କ ସହ ବିଧାୟକ ବି ଆଲୋଚନା କରିବା ସହ ପ୍ରତିନିଧି ଦଳକୁ ଭେଟାଇବେ ବୋଲି ବିଧାୟକ ପ୍ରତିଶ୍ରୃତି ଦେଇଥିଲେ।

The post ‘‘ ପରବ’’ ଲୋକ ମହୋତ୍ସବର କିଛି ପ୍ରମୁଖ କାର୍ଯ୍ୟକ୍ରମ ଜୟପୁରରେ କରାଯିବାକୁ ଉଠିଲା ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3muUCq0