
ତେଲକୋଇ : ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ବନ ବିଭାଗ ଦୁଇଜଣ ଶିକାରୀଙ୍କୁ ଗରିଫ କରିଛି। ଅଭିଯୁକ୍ତମାନେ ହେଲେ ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ଜେନାଦର ଗ୍ରାମର ଦୈତାରୀ କିଷାନଙ୍କ ପୁଅ ଯଦୁମଣି କିଷାନ (୪୬) ଓ ଭୀମ କିଷାନଙ୍କ ପୁଅ ଲିଙ୍ଗରାଜ କିଷାନ (୩୨)। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଢିଙ୍କେଶ୍ବରୀ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜର ପ୍ରମୋଦ କୁମାର ସେଠୀ ସଦଳବଳ ଚଢ଼ଉ କରିଥିଲେ। ଦୁଇଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ଘଟଣାସ୍ଥଳରୁ ଶିକାରରେ ବ୍ୟବହୃତ ବିଦ୍ୟୁତ୍ ତାର, ଜିଆଇ ତାର, କାଚ ବୋତଲ, କାଠଖୁଣ୍ଟି, ଲାଠି ଓ ଟାଙ୍ଗିଆ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୦ ଜୁନ୍ ୧୯ ତାରିଖରେ ମଧ୍ୟ ଯଦୁମଣି ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଗିରଫ ହୋଇଥିଲା।ଶିକାରୀମାନେ ବିଦ୍ୟୁତ୍ ତାର ବିଛାଇ ବାର୍ହା, ହରିଣ, କୁଟୁରା, ଠେକୁଆ ଆଦି ଶିକାର କରି ମାଂସ ବିକ୍ରି କରୁଛନ୍ତି। ତେଲକୋଇ ରେଞ୍ଜ ଅନ୍ତର୍ଗତ ସମାକୋଇ, ଶିଖେଶ୍ବର, କଳାପଟ, ବନ୍ଧନଝରୀ, ରାଣୀବେଡ଼ା ଅବାଧ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନ ବିଭାଗ ନିୟମିତ ଚଢ଼ଉ କରି ଶିକାରୀଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।
The post ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର, ୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3CzTAi2
0 Comments