
ସମ୍ବଲପୁର : ରବିବାର ସକାଳ ୬ଟାରେ ହୀରାକୁଦ ବନ୍ଧର ଖୋଲା ଥିବା ଶେଷ ସ୍ଲୁଇସ୍ ଗେଟ୍କୁ ବନ୍ଦ କରି ଦିଆଯାଇଛି। ଏଥି ସହ ସମ୍ଭବତଃ ଚଳିତ ବର୍ଷ ପାଇଁ ହୀରାକୁଦର ଗେଟ୍ ଖୋଲା ପ୍ରକ୍ରିୟା ବନ୍ଦ ରହିଛି। ନିକଟ ଭବିଷ୍ୟତରେ ବଡ଼ ଧରଣ ବର୍ଷାର କମ୍ ସମ୍ଭାବନା ଥିବାରୁ ଆଉ ହୀରାକୁଦ ଗେଟ୍ ଖୋଲିବାର ଆବଶ୍ୟକତା ପଡ଼ି ନପାରେ। ଏବେ ଯେତେ ଅଧିକ ଦିନ ପର୍ଯ୍ୟନ୍ତ ହୀରାକୁଦ ଜଳସ୍ତରକୁ ୬୩୦ ଫୁଟ୍ରେ କାଏମ ରଖାଯାଇ ପାରିବ ତାହା ସେତେ ଲାଭଦାୟକ ସାବ୍ୟସ୍ତ ହେବ।
ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରକୁ ହାରାହାରି ୩୦,୨୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସ୍ପିଲ୍ୱେ’ର ସବୁ ଗେଟ୍ ବନ୍ଦ ଥିବାବେଳେ ପାୱାର୍ ଚାନେଲ୍ ଦେଇ ୨୫,୪୭୦ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ ଦେଇ ୩୭୩୬ କ୍ୟୁସେକ୍, ଶାସନ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୨୫ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୮୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୦.୩୭ ମିଲିମିଟର୍ ଓ ତଳ ମୁଣ୍ଡରେ ଆଦୌ ବର୍ଷା ହୋଇ ନଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
The post ହୀରାକୁଦର ସବୁ ଗେଟ୍ ବନ୍ଦ ହେଲା first appeared on Sambad.from ଜିଲ୍ଲା | Sambad https://ift.tt/3Bqf2pg
0 Comments