
ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବିଡ଼ିଓ ବିକାଶ ସାହୁ ଏକ ଗସ୍ତ କ୍ରମରେ ଅଚାନକ ଦିନ ୧୦ଟା ବେଳେ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଥିଲେ। ପହଞ୍ଚିବା ପରେ ପ୍ରଥମେ ଦଶମ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ ସହିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ତାପରେ ନବମ ଶ୍ରେଣୀକୁ ଯାଇ ପିଲାମାନଙ୍କୁ ଇଂରାଜୀ ଓ ଗଣିତ ପଢାଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା, କମ୍ପ୍ୟୁଟର କକ୍ଷ, ବିଜ୍ଞାନାଗାର, ଛାତ୍ରାବାସ ବୁଲି ଦେଖିଥିଲେ। ବିଦ୍ୟାଳୟର ମନୋଜ୍ଞ ପରିବେଶ, ଶୈକ୍ଷିକ ବ୍ୟବସ୍ଥା, ସ୍ୱଚ୍ଛତା, ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଆତ୍ମୀୟତା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଞ୍ଜୟ ସାମଲ ବିଡ଼ିଓଙ୍କୁ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ବିଷୟରେ ଅବଗତ କରାଇଥିଲେ।
The post ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡ଼ିଓ first appeared on Sambad.from ଜିଲ୍ଲା | Sambad https://ift.tt/3wxpSs7
0 Comments