ସିକୋ: ବେଗୁନିଆ ବ୍ଲକର ସିକୋ, ଶଗଡ଼ଭଙ୍ଗା, ହଜ ଓ ହୀରାପୁର ଆଦି ପଂଚାୟତରେ ବର୍ତମାନ ଧାନ ଫସଲରେ ଚକଡ଼ା ପୋକର ବିତ୍ପାତ ଆରମ୍ଭ ହୋଇଛି । ଶତାଧିକ ଏକର ଚାଷ ଜମି ଚକଡ଼ା ପୋକ ଦ୍ୱାରା ଆକ୍ରାନ୍ତ ହୋଇଛି ।

ମିଳିଥିବା ସୂଚନାରେ, କେବଳ ସିକୋ ପଂଚାୟତ ଓ ଆଖାପାଖ ଗାଁର ଚାଷୀ ନାରାୟଣ ପରମଗୁରୁ, ଆତଙ୍ଗ ମଙ୍ଗରାଜ, ରାଜ ପ୍ରଧାନ, ରଘୁନାଥ ପ୍ରଧାନ, ସାରଙ୍ଗଧର ବାହୁବଳେନ୍ଦ୍ର, ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ଦେବ ଛୋଟରାୟ, ଦାସ ନରେନ୍ଦ୍ର, ଗଙ୍ଗା ନରେନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଭୂଜବଳ, ଦାଶରଥୀ ସାହୁ, ଅପର୍ତି ବାହୁବଳେନ୍ଦ୍ର, ଗୋପାଳକୃଷ୍ଣ ପାଇକରାୟ, ସୁରେନ୍ଦ୍ର ଛୋଟରାୟ, ଗୋଲକ ସାମନ୍ତରାୟ, ଦୁର୍ଗାଚରଣ ବଳିଆରସିଂହ, ଶେକ ବଚନ, କାହ୍ନୁ ଚରଣ ଛୋଟରାୟ, ଗୋବିନ୍ଦ ସେନାପତି, ଶ୍ୟାମସୁନ୍ଦର ସେନାପତିଙ୍କ ପ୍ରାୟ ୫୪ ଏକର ଫସଲ ଚକଡ଼ା ପୋକ ଦ୍ୱାରା ଆକ୍ରାନ୍ତ ହୋଇ କ୍ଷତିଘଟିଛି । କୃଷି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ନକଲେ ଅନ୍ୟ ଫସଲକୁ ମଧ୍ୟ ଏହା ବ୍ୟାପୀ ଶତାଧିକ ଏକର ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ମତ ଦେଇଛନ୍ତି ।

The post ୪ ପଞ୍ଚାୟତରେ ଚକଡ଼ା ପୋକ, ଚିନ୍ତାରେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3H72JS4