ଯାଜପୁର/ସିଂହପୁର: ବିଂଝାରପୁର ବ୍ଲକ ସିଂହପୁର ଗ୍ରାମର ଭୂପତି ବେହେରାଙ୍କ ଝିଅ ରାଣୀ (୪ବର୍ଷ)ର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଶନିବାର ଅପରାହ୍ନରେ ମା’ଙ୍କ ସହିତ ଛାତ ଉପରକୁ ଯାଇ ଫେରୁଥିବା ବେଳେ ଶିଡ଼ି ପାହାଚ ନିକଟରେ ଏକ ନାଗସାପ ତାକୁ କାମୁଡ଼ି ଦେଇଥିଲା। ଡାକ୍ତରଖାନା ନେବା ବାଟରେ ତା’ର ମୃତ୍ୟୁ ହୋଇଥିଲା। ପରେ ଯାଜପୁର ସ୍ନେକ ହେଲ୍ପଲାଇନକୁ ଫୋନ କରି ସାପ ଉଦ୍ଧାର କରାଯାଇଥିଲା। ଶିଶୁଟିର ବିୟୋଗରେ ସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ସାପ କାମୁଡ଼ାରେ ଶିଶୁର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3xfcgSE